ETV Bharat / state

19ରୁ ପୁଣି କୋଭିଡ ଟୀକା; କେଉଁଠି ଦିଆଯିବ ଭ୍ୟାକ୍ସିନ୍ ଆଗୁଆ ଜଣାଇଦିଆଯିବ

author img

By

Published : Jan 17, 2023, 6:23 PM IST

covid vaccination
covid vaccination

ଜାନୁୟାରୀ ୧୯ ତାରିଖରୁ ରାଜ୍ୟରେ ଉପଲବ୍ଧ ହେବ କୋଭିଡ ଟୀକା । ବଛା ବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍‍ଡ ଟୀକା । ଅଧିକ ପଢନ୍ତୁ

covid vaccination

ଭୁବନେଶ୍ବର: ବିଦେଶରେ ବଢୁଛି ସଂକ୍ରମଣ । ଏପଟେ ରାଜ୍ୟରେ ଟୀକାକରଣ କରିବାକୁ ସରକାର ପୁଣିଥରେ ଯୋଜନା କରିଛନ୍ତି। ବାରମ୍ବାର ରାଜ୍ୟ ସରକାର କେନ୍ଦ୍ରକୁ ଟିକା ପାଇଁ ଚିଠି ଲେଖିଥିବା ବେଳେ କେନ୍ଦ୍ରରୁ ଆଜି ଏକ ଲକ୍ଷ ଟୀକା ରାଜ୍ୟକୁ ଆସିଛି। ତେବେ ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଲକ୍ଷ କୋଭିସିଲଡ ଟୀକା ରାଜ୍ୟକୁ ଆସିଛି। ଆଜି ମଧ୍ୟ ଆହୁରି ଏକ ଲକ୍ଷରୁ ଅଧିକ ଟୀକା ମଧ୍ୟ ଆସିବାର ଯୋଜନା ରହିଛି। ଏହାକୁ ସମସ୍ତ ଜିଲ୍ଲା କୁ ଭାଗ ଭାଗ କରି ଦିଆଯିବ। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଯେଉଁ ମାନେ ଦ୍ବିତୀୟ ଡୋଜ କିମ୍ବା ତୃତୀୟ ଡୋଜ ନେଇ ନାହାନ୍ତି ସେମାନେ ଆସି ଟିକକରଣ କରନ୍ତୁ। ଏହି ଟିକାକରଣ ଜିଲ୍ଲା ସ୍ତରରେ କରାଯିବ। କିଛି ଅଞ୍ଚଳକୁ କଭର କରିବା ସହିତ ଟିକାକରଣ କରାଯିବ। ଯେହେତୁ କମ ମାତ୍ରାରେ ଟୀକା ଆସିଛି ତେବେ କେଉଁଠାରେ ଟିକାକରଣ କରାଯିବ ତାହା ଅନଲାଇନରେ ସଂପୂର୍ଣ୍ଣ ଭାବରେ ତଥ୍ୟ ଦିଆଯିବ। ଯେଉଁ ମାନେ ଟୀକା ନେଇନାହାଁନ୍ତି ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ସୂଚନା ଅନୁଯାୟୀ, ଜାନୁୟାରୀ 19 ତାରିଖରୁ ରାଜ୍ୟରେ ଉପଲବ୍ଧ ହେବ କୋଭିଡ ଟୀକା । ବଛା ବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍‍ଡ ଟିକା। ଦ୍ବିତୀୟ ଓ ତୃତୀୟ ଡୋଜ୍‍ ଟୀକା ନେଇ ପାରିବେ ହିତାଧିକାରୀ । ରାଜ୍ୟ ପାଖରେ ବର୍ତ୍ତମାନ ପାଖାପାଖି 1 ଲକ୍ଷ ଡୋଜ ଟୀକା ଗଚ୍ଛିତ ହୋଇ ରହିଛି । ତେବେ ରାଜ୍ୟର CHC,SDH, DHH, PHC ମାନଙ୍କରେ କରାଯିବ ଟୀକାକରଣ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ 3 କୋଟି 52 ଲକ୍ଷ 50 ହଜାର 342 ଡୋଜ ଟୀକା ନେଇଥିବା ବେଳେ ଦ୍ବିତୀୟ ଡୋଜ ଟୀକା ନେଇଛନ୍ତି 3 କୋଟି 30 ଲକ୍ଷ 979 ଓ ସେହିପରି ଭାବରେ ବୁଷ୍ଟର ଡୋଜ ଟୀକା ନେଇଛନ୍ତି 1 କୋଟି 31 ଲକ୍ଷ 98 ହଜାର 797 ଜଣ ।

ତେବେ ରାଜ୍ୟରେ ଅମୃତ କି ମହୋତ୍ସବ 75 ତମ ପାଳନ ଅବସରରେ 75 ଦିନ ପାଇଁ ସମଗ୍ର ଦେଶରେ ଛୋଟ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କୁ ମାଗଣାରେ ଟୀକାକରଣ କରାଯାଇଥିଲା। ହେଲେ ଏହା ମଧ୍ୟରେ ରାଜ୍ୟରେ ଅନେକ ଲୋକ ଦ୍ବିତୀୟ ଡୋଜ ଏବଂ ତୃତୀୟ ଡୋଜ ଟିକା ନେଇ ନାହାନ୍ତି। ତେବେ ବିଦେଶରେ କିଛି ଦେଶମାନଙ୍କରେ କୋରନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ମାଗଣା ଟୀକା ପାଇଁ ଚିଠି ଲେଖି ଥିଲେ।

ସେହିପରି ରାଜ୍ୟରେ ବର୍ତ୍ତମାନ ସମୟରେ 41 ପ୍ରତିଶତ ହିତାଧିକାରୀ ତୃତୀୟ ଡୋଜ ଟିକା ନେଇଥିବା ବେଳେ 90 ପ୍ରତିଶତ ରୁ ଅଧିକ ଦ୍ବିତୀୟ ଡୋଜ ଟୀକା ନେଇଛନ୍ତି। ତେବେ ଅନେକ ଲୋକ ଟିକା ନେବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାର ପୁଣିଥରେ ଟୀକା ପ୍ରତ୍ୟେକଟି ଲୋକଙ୍କୁ ଦେବା ଲାଗି ଟୀକା ରାଜ୍ୟକୁ ଆଣିଛନ୍ତି। ରାଜ୍ୟରେ ଯେଉଁ ଭଳି ଭାବରେ ସମସ୍ତ ଲୋକ ଟୀକା ନେଇପାରିବେ ସେନେଇ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପୁରୁଷମାନେ 3 କୋଟି 35 ଲକ୍ଷ 44 ହଜାର 986 ଓ ମହିଳାମାନେ 3 କୋଟି 46 ଲକ୍ଷ 90 ହଜାର 230 ଡୋଜ ଟୀକା ନେଇଛନ୍ତି । ଏପଟେ କୋଭିସିଲଡ ଟୀକା ନେଇଛନ୍ତି 6 କୋଟି 41 ଲକ୍ଷ 7 ହଜାର 585 ଡୋଜ ଟିକା । ବିଶେଷ ଭାବରେ ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ତୁରନ୍ତ ଟୀକା ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.