ETV Bharat / state

ଓଲା-ଉବେର, ରାପିଡୋ ବାଇକ ପରିବହନ ସଂସ୍ଥା ପାଇଁ ବଢ଼ିଲା ସଂକଟ, ଏତଲା ଦେଲା ରାଜ୍ୟ ଆଞ୍ଚଳିକ ପରିବହନ

author img

By ETV Bharat Odisha Team

Published : Sep 27, 2023, 9:16 PM IST

Updated : Sep 27, 2023, 10:14 PM IST

ବାଇକ ପରିବହନ ସଂସ୍ଥା ପାଇଁ ବଢ଼ିଲା ସଂକଟ
ବାଇକ ପରିବହନ ସଂସ୍ଥା ପାଇଁ ବଢ଼ିଲା ସଂକଟ

ଓଲା, ଉବର ଓ ରାପିଡୋ ବାଇକ ଭଳି ଅନଲାଇନ ପରିବହନ ସଂସ୍ଥାକୁ ଜୋରଦାର ବିରୋଧ । ସେପଟେ ରାଜ୍ୟ ଆଞ୍ଚଳିକ ପରିବହନ ଭୁବନେଶ୍ୱର ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା । ଅଧିକ ପଢ଼ନ୍ତୁ

OLA,UBER ଓ Rapido ଭଳି ପରିବହନ ସଂସ୍ଥାକୁ ବିରୋଧ

ଭୁବନେଶ୍ବର: ରାଜଧାନୀ ବାଇକ ଟ୍ୟାକ୍ସି ସର୍ଭିସ ଦେବା ଆଳରେ ନିୟମ ଉଲ୍ଲଙ୍ଘନ ଅଭିଯୋଗ । ଓଲା, ଉବର ଓ ରାପିଡୋ ବାଇକ ଭଳି ଅନଲାଇନ ପରିବହନ ସଂସ୍ଥାଙ୍କ ପାଇଁ ବଢ଼ିଲା ସଂକଟ। ସେପଟେ ରାଜ୍ୟ ଆଞ୍ଚଳିକ ପରିବହନ ଭୁବନେଶ୍ୱର ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ।

ଜନସାଧାରଣଙ୍କ ଯାତାୟତ ବେଳେ ସୁରକ୍ଷା ଓ ନିରାପତ୍ତା ହେଉଛି ପ୍ରଥମ ପ୍ରାଧାନ୍ଯ । ଅର୍ଥାତ ଯେକୌଣସି ବ୍ୟକ୍ତି ଅନଲାଇନରେ ଟ୍ୟାକ୍ସି (କାର ବା ବାଇକ )ବୁକ୍ କରି ଏହି ସେବାର ସୁବିଧା ନେଉଛି। ଏଥିପାଇଁ ତାକୁ ଏହି ସେବା ବାବଦରେ ଅର୍ଥରାଶି ଦେବାକୁ ପଡ଼ୁଛି । ଯଦି ଯାତ୍ରା ସମୟରେ ତା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହୁଏ ସେନେଇ ସୁରକ୍ଷା ଦୃଷ୍ଟିରୁ ସେସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ରାଜ୍ୟରେ ଏକ ଏଗ୍ରିଗେଟର ପଲିସି ରହିଛି । ଅର୍ଥାତ୍ Aggregator license act 1988 ଧାରା 93(iii)ଅନୁସାରେ, ଅନଲାଇନ ଟ୍ୟାକ୍ସି ସର୍ଭିସ ଦେଉଥିବା ସଂସ୍ଥା ସେମାନଙ୍କର ଗାଡ଼ିର ତଥ୍ୟ ସହ ଡ୍ରାଇଭର ତଥ୍ୟ ଓ ଲାଇସେନ୍ସ ସ଼ହ ପଞ୍ଜିକରଣ ଓ କ୍ୟାରେକ୍ଟର ଭେରିଫିକେସନ ତଥ୍ୟ ଭଳି 6ଟି ତଥ୍ୟ ଅତିରିକ୍ତ ବୈଷୟିକ ରାଜ୍ୟ ପରିବହନ ଅଧିକାରୀଙ୍କ ପାଖରେ ଦାଖଲ କରିବା କଥା । ଏନେଇ ଟ୍ୟାକ୍ସି ଚଳାଉଥିବା ସଂସ୍ଥା ଗୁଡ଼ିକୁ ପରିବହନ ବିଭାଗ ପକ୍ଷରୁ ଏକ 5ବର୍ଷିଆ ଲାଇସେନ୍ସ ବା ଅନୁମତି ମିଳିଥାଏ । ଏହାସହ ଏକ ହଳଦିଆ ନମ୍ବର ପ୍ଲେଟ ବିଶିଷ୍ଟ ଗାଡି ଟ୍ୟାକ୍ସି ପାଇଁ ଅନୁମତି ମିଳିଥାଏ । କିନ୍ତୁ ଭୁବନେଶ୍ୱରରେ ବାଇକ ମାଧ୍ୟମରେ ଅନଲାଇନ ସେବା ପ୍ରଦାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଏହା ମଧ୍ୟ ପଢ଼ନ୍ତୁ...ଓଲା, ଉବର ଓ ରାପିଡୋ ରାଇଡରଙ୍କ ବିକ୍ଷୋଭ ପ୍ରଦର୍ଶନ

ତେବେ ରାଜଧାନୀରେ ବେଳେ ଚାରିଚକିଆ ଟ୍ୟାକ୍ସିକୁ ଛାଡ଼ିଦେଲେ ଦୀର୍ଘଦିନ ହେବ ବାଇକ ଟ୍ୟାକ୍ସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅର୍ଥାତ୍ ବାଇକ ଟ୍ୟାକ୍ସି ପାଇଁ ହଳଦିଆ ବା କର୍ମସିଆଲ ରେଜିଷ୍ଟ୍ରେସନ ନନେଇ ପ୍ରାଇଭେଟ୍ ରେଜିଷ୍ଟ୍ରେସନ୍ ଥିବା ନମ୍ବର ପ୍ଲେଟ ଲଗାଇ OLA ,UBER,Rapido ଭଳି ବାଇକ ଟ୍ୟାକ୍ସି ସେବା ଯୋଗାଉଛନ୍ତି । ଏନେଇ ସେମାନଙ୍କୁ ପୂର୍ବରୁ 4ଥର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଡକାଯାଇଥିଲେ ମଧ୍ୟ ସେମାନେ ଯୋଗ ନଦେଇ ଏଭଳି ସେବା ଯୋଗାଇ ଚାଲିଚାଲିଛନ୍ତି ।

ତେବେ ଏଭଳି ନିୟମ ଉଲ୍ଲଙ୍ଘନ ସହ ଜନସାଧାରଣଙ୍କୁ ଠକିବା ଭଳି ଅଭିଯୋଗ ଆଧାରରେ ରାଜ୍ୟ ଆଞ୍ଚଳିକ ପରିବହନ ସହିଦନଗର ଥାନାରେ ଏକ ଏତଲା ଦେଇଛି । ସେପଟେ ଏତଲା କ୍ରମେ ଖୁବଶୀଘ୍ର ମାମଲା ରୁଜୁ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ତେବେ ଅନଲାଇନ ଅଟୋ ଆସୋସିଏସନ୍ ଏଭଳି କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିଛନ୍ତି । ତେବେ ଏହାକୁ ନେଇ ପୂର୍ବରୁ ‌ମଧ୍ୟ ଭୁବନେଶ୍ୱର ଅନଲାଇନ ଅଟୋ ଗ୍ରୁପ ଆସୋସିଏସନ୍ ଗତ 26 ଡିସେମ୍ବର 2022ରେ ଆରଟିଓ ଅଫିସ ଘେରାଉ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 27, 2023, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.