ETV Bharat / state

ଓଲା, ଉବର ଓ ରାପିଡୋ ରାଇଡରଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 25, 2022, 9:02 PM IST

ଓଲା, ଉବେର ଓ ରାପିଡୋ ରାଇଡରଙ୍କ  ବିକ୍ଷୋଭ ପ୍ରଦର୍ଶନ
ଓଲା, ଉବେର ଓ ରାପିଡୋ ରାଇଡରଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଲା, ଉବର ଓ ରାପିଡୋ ଭଳି କମ୍ପାନୀ ବାଇକର ନମ୍ବର ପ୍ଲେଟ କମର୍ସିଆଲ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ପରିବହନ ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଲା, ଉବର ଓ ରାପିଡୋ ଭଳି କମ୍ପାନୀ ବାଇକର ନମ୍ବର ପ୍ଲେଟ କମାର୍ସିଆଲ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ପରିବହନ ବିଭାଗ । ଫଳରେ ଅଟୋ ଓ ଟ୍ୟାକ୍ସି ନମ୍ଭର ପ୍ଲେଟ ଭଳି ବାଇକ ଗୁଡିକର ନମ୍ବର ପ୍ଲେଟ ହଳଦିଆ ରଙ୍ଗର କରିବାକୁ ହେବ । ତେବେ ଏହି ନିୟମ ଲାଗୁ ହେଲେ ଓଲା, ଉବେର ଓ ରାପିଡୋ ରାଇଡରଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିବ। ଏନେଇ ଓଲା, ଉବର ଓ ରାପିଡୋର ବାଇକ ରାଇଡରମାନେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ବାଇକ ରାଇଡରମାନେ ଖାରବେଳନଗର ଥାନା ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି RTO କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଓଲା, ଉବେର ଓ ରାପିଡୋ ରାଇଡରଙ୍କ ବିକ୍ଷୋଭ ପ୍ରଦର୍ଶନ

ତେବେ ବାଇକ ନମ୍ବର ପ୍ଲେଟକୁ କମର୍ସିଆଲ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । କାରଣ ନମ୍ବର ପ୍ଲେଟ କାମର୍ସିଆଲ ହେଲେ ବାଇକ ରାଇଡରଙ୍କୁ ଅଧିକରୁ ଅଧିକ ଟିକସ ଦେବାକୁ ପଡିବ। ଯାହା ସେମାନଙ୍କ ପାଇଁ ସମ୍ଭବ ନୁହେଁ । ଏଥିପାଇଁ ଯେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ପାର୍ଟ ଟାଇମ ପାଇଁ କାମ କରି ଅର୍ଥ ରୋଜଗାର କରୁଛନ୍ତି ।

ତେଣୁ ଟ୍ୟାକ୍ସ ପାଇଁ ଏତେ ପଇସା ଆଣିବା ଅସମ୍ଭବ । ଖାଲି ସେତିକି ନୁହେଁ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଭଳି ବାଇକ ରାଇଡରମାନେ ଅଫ୍‌ଲାଇନରେ ଯାତ୍ରୀଙ୍କୁ ନେଇ ପାରିବେନି । ଫଳରେ କମର୍ସିଆଲ ନମ୍ବର ପ୍ଲେଟ କରି ଅଧିକ ଟେକ୍ସ ଦେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଯାହାକୁ ବାଇକ ରାଇଡରମାନେ ବିରୋଧ କରିଛନ୍ତି । ଆଉ ଆମ ପାଇଁ କାହା ଚାପରେ ନୁହେଁ ଆମ ପରିସ୍ଥିତିକୁ ଅନୁଧ୍ୟାନ କରି ସରକାର ଓ RTO କାର୍ଯ୍ୟାଳୟ ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.