ETV Bharat / state

ଶୀତରେ ଥରିବ ଓଡିଶା, ହଟିବ କୁହୁଡି ଆସ୍ତରଣ

author img

By ETV Bharat Odisha Team

Published : Jan 13, 2024, 6:22 PM IST

ଶୀତରେ ଥରିବ ଓଡିଶା , ହଟିବ କୁହୁଡି ଆସ୍ତରଣ
ଶୀତରେ ଥରିବ ଓଡିଶା , ହଟିବ କୁହୁଡି ଆସ୍ତରଣ

Cold wave continues: ରାଜ୍ୟରେ ଆସନ୍ତାକାଲିଠୁ କମିବ ଦିନର ତାପମାତ୍ରା ଓ ଫେରିବ ହାଡ଼ଭଙ୍ଗା ଶୀତ । ଆସନ୍ତା ୧୭ -୧୯ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଶୀତରେ ଥରିବ ଓଡିଶା , ହଟିବ କୁହୁଡି ଆସ୍ତରଣ

ଭୁବନେଶ୍ବର: ଆଗାମୀ ଦିନରେ ଓଡିଶାରେ ହଟିବ କୁହୁଡି ବଢିବ ଶୀତ । ଆସନ୍ତାକାଲିଠୁ କମିବ ଦିନର ତାପମାତ୍ରା ଓ ଫେରିବ ହାଡ଼ଭଙ୍ଗା ଶୀତ । ଆଜି ଘନ କୁହୁଡିର ଚାଦର ତଳେ ରହିଛି ସାରା ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି କିରେଇରେ ୮ ଡିଗ୍ରୀ, କୋରାପୁଟରେ ୯.୦ ଡିଗ୍ରୀ, ରାନିତାଲରେ ୯.୩ ଡିଗ୍ରୀ, କେନ୍ଦୁଝରଗଡ଼ରେ ୧୦.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୦ ଡିଗ୍ରୀ, ରାଉରକେଲାରେ ୧୦.୦ ଡିଗ୍ରୀ, ସିମିଳିଗୁଡାରେ ୧୦.୨ ଡିଗ୍ରୀ, ଝାରସୁଗୁଡାରେ ୧୦.୪ ଡିଗ୍ରୀ , ବାରିପଦାରେ ୧୦.୬ ଡିଗ୍ରୀ, ଜି. ଉଦୟଗିରି ୧୦.୮ ଡିଗ୍ରୀ, ଅନୁଗୋଳରେ ୧୧.୬ ଡିଗ୍ରୀ, ଫୁଲବାଣୀରେ ୧୧.୫ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି ।

ଏହା ମଧ୍ୟ ପଢନ୍ତୁ... କୁହୁଡି ପାଇଁ ପରିବହନ ବିଭାଗର ପରାମର୍ଶ: ହେଡଲାଇଟ ଓ ଫୋଗ ଲ୍ୟାମ୍ପ ବ୍ୟବହାର କରନ୍ତୁ ଚାଳକ

ସେହିପରି ରାଜଧାନୀ ଭୁବନେଶ୍ବରରେ ୧୫.୫ ଡିଗ୍ରୀ ଓ କଟକରେ ୧୬.୬ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ଠାରୁ ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍ଥାନରେ ପାଣିପାଗ ଶୁଖିଲା ରହିବ । ସେହିପରି ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ ... ଦିଶିବନି ରାସ୍ତାଘାଟ ! ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ

ସେହିପରି କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ଦେଖାଯିବା ସହ ଫୁଲବାଣୀରେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଭଳି ସ୍ଥାନରେ ମଧ୍ୟ କୁହୁଡି ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ଆସନ୍ତାକାଲି ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.