ETV Bharat / state

କୁହୁଡି ପାଇଁ ପରିବହନ ବିଭାଗର ପରାମର୍ଶ: ହେଡଲାଇଟ ଓ ଫୋଗ ଲ୍ୟାମ୍ପ ବ୍ୟବହାର କରନ୍ତୁ ଚାଳକ

author img

By ETV Bharat Odisha Team

Published : Jan 11, 2024, 9:58 PM IST

State Transport Authority Issues Advisory: ପ୍ରବଳ ଘନ କୁହୁଡି ପାଇଁ ବହୁ ସ୍ଥାନରେ ଘଟୁଛି ଦୁର୍ଘଟଣା । ତେଣୁ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀ ମାନଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଅଧିକ ପଢନ୍ତୁ

ପରିବହନ ବିଭାଗ ଜାରି କଲା କୁହୁଡିରେ ଯାତ୍ରା ପାଇଁ ନିର୍ଦେଶାବଳୀ
ପରିବହନ ବିଭାଗ ଜାରି କଲା କୁହୁଡିରେ ଯାତ୍ରା ପାଇଁ ନିର୍ଦେଶାବଳୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଏହା ସହିତ ପ୍ରବଳ ଘନ କୁହୁଡି ମଧ୍ୟ ଜନ ଜୀବନକୁ ପ୍ରଭାବିତ କରୁଛି । ଘନ କୁହୁଡି ପ୍ରଭାବରେ ଦୁର୍ଘଟଣା ମଧ୍ୟ ବହୁ ସ୍ଥାନରେ ଘଟିଛି । ଫଳରେ ବହୁ ଧନଜୀବନ ମଧ୍ୟ କ୍ଷୟକ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି କୁହୁଡି ସମୟରେ ସଡ଼କ ବ୍ୟବହାରକାରୀ ମାନଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଛି । କୁହୁଡି ପ୍ରଭାବରେ ରାସ୍ତାରେ ବହୁ ମାତ୍ରାରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଛି ।

ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀଙ୍କ ଦ୍ବାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ବାରା କିଛି ପରାମର୍ଶ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି । ଲୋକମାନେ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଓ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପରାମର୍ଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ... ଦିଶିବନି ରାସ୍ତାଘାଟ ! ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ

ରାଜ୍ୟ ପରିବହନ ପ୍ରାଧିକରଣ ଜାରି କରିଥିବା ୫ ପରାମର୍ଶ:

୧. ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ ପଛେ ଗାଡି ଧୀରେ ଚଳାନ୍ତୁ ।

୨. ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ । ଯାହା ଦ୍ବାରା ଠିକ ସମୟରେ ଗାଡିରେ ବ୍ରେକର ଉପଯୋଗ କରାଯାଇପାରିବ ।

୩. କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ ଲାଇଟ ଲଗାଇ ରଖନ୍ତୁ ଓ କୁହୁଡି ସମୟରେ ରାସ୍ତାର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗ ଲ୍ୟାମ୍ପ ବ୍ୟବହାର କରନ୍ତୁ ।

୪. କୁହୁଡିରେ ଗାଡି ଚଳାଇବା ସମୟରେ ସଡକ ଚିହ୍ନ ତଥା ଅନ୍ୟ ସଡକ ସଙ୍କେତ ଉପରେ ନଜର ରଖନ୍ତୁ । ଗାଡି ଚଳାଇବା ସମୟରେ ରାସ୍ତାର ମୋଡ ଗୁଡିକରେ ସାବଧାନତା ଅବଲମ୍ବନ କରନ୍ତୁ ।

୫. କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାନ୍ତୁ ଓ ମୋବାଇଲ, ଇୟରଫୋନ ତଥା ଉଚ୍ଚ ସ୍ୱରରେ ସଙ୍ଗୀତଠୁ ଦୂରେଇ ରୁହନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.