ETV Bharat / state

Birsa Munda Hockey Stadium: ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Mar 11, 2023, 9:37 AM IST

ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ
ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ରାଉରକେଲା: ବିଶ୍ବର ସର୍ବାଧିକ ସିଟ୍ ବିଶିଷ୍ଟ ସର୍ବବୃହତ ହକି ଷ୍ଟାଡିୟମ ଭାବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗିନିଜ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛି । ମାତ୍ର ୧୫ ମାସ ଭିତରେ ରାଉରେକେଲାରେ ନିର୍ମିତ ଏହି ଷ୍ଟାଡିୟମରେ ୨୧ ହଜାର ଦର୍ଶକ ବସିବାର କ୍ଷମତା ରହିଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକରେ ସାମିଲ ହୋଇଥିବା ଗତ ଜାନୁୟାରୀରେ ଘୋଷଣା ହୋଇଥିଲା । ଗତକାଲି(ଶୁକ୍ରବାର) ଷ୍ଟାଡିୟମରେ FIH ପ୍ରୋ ଲିଗ୍ ଉଦଘାଟନ ପାଇଁ ପହଞ୍ଚିବା ଅବସରରେ ଗିନିଜ ବୁକ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ମାନ୍ୟତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

  • CM said that this recognition by Guinness Book of World Records is a testament that #Odisha has come a long way and has made a mark in the international sports map. Calling it a matter of great pride for all, CM thanked everyone who were part of this project. #OdishaForSports pic.twitter.com/mdtdozisXh

    — CMO Odisha (@CMO_Odisha) March 10, 2023 " class="align-text-top noRightClick twitterSection" data=" ">

ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ଦ୍ବାରା ମିଳିଥିବା ଏହି ସ୍ବୀକୃତି ସ୍ପଷ୍ଟ କରୁଛି ଯେ, ଓଡିଶା ବହୁତ ଆଗେଇଲାଣି ଏବଂ ବିଶ୍ବ କ୍ରୀଡା ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ପାଇଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏଥିପାଇଁ ମୁଁ ସୁନ୍ଦରଗଡବାସୀ, ହକି ପ୍ରେମୀ ଏବଂ ଏହି ପ୍ରକଳ୍ପରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଉଛି । ମୁଁ ଏହି ସ୍ବୀକୃତିକୁ ମୁଁ ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୫ ତାରିଖରେ ରାଉରକେଲା ଠାରେ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ୧୫ ମାସ ଭିତରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଷ୍ଟାଡିୟମରେ ଉଭୟ ଖେଳାଳି ଓ ଦର୍ଶକଙ୍କ ପାଇଁ ସର୍ବୋତ୍ତମ ସୁବିଧା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ୨୧ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ତେଣୁ ଏହି ଷ୍ଟାଡିୟମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା ।

ଏହାମଧ୍ୟ ପଢନ୍ତୁ: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ; ସୁନ୍ଦରଗଡ଼କୁ ୯୬୪ କୋଟିର ପ୍ରକଳ୍ପ ଭେଟି

ଗତକାଲି ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡ ହକି ଷ୍ଟାଡିୟମରେ FIH ପ୍ରୋ ଲିଗ୍ ଉଦଘାଟନ କରିବାକୁ ରାଉରକେଲା ଗସ୍ତ କରିଥିଲେ । ଏହି ଅବସରରେ ସେ ଗିନିଜ ବୁକ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ସେହିପରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାକୁ ୯୬୪ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭୁବନେଶ୍ବରରେ ୨୨୫ ପିଲା ଅନୁପସ୍ଥିତ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.