ETV Bharat / state

ମାସ୍କଟ କୁନି ଶୁଭାରମ୍ଭ, ମହିଳା ସଶକ୍ତିକରଣ ସ୍ଲୋଗାନ ନୁହେଁ ବାସ୍ତବତା: ମୁଖ୍ୟମନ୍ତ୍ରୀ

author img

By

Published : Mar 3, 2023, 6:35 PM IST

ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି । ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ

ମାସ୍କଟ କୁନି ଶୁଭାରମ୍ଭ, ମହିଳା ସଶକ୍ତିକରଣ ସ୍ଲୋଗାନ ନୁହେଁ ବାସ୍ତବତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଛନ୍ତି ।

ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି । ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା । ଓଡିଶାର ମା ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି । ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି । ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି । ମା ମାନେ କାହା ଠାରୁ କମ ନୁହେଁ । ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । କନ୍ୟା ରତ୍ନ । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ ।

ଏହାବି ପଢନ୍ତୁ- ଅଲୋଡା ଇନ୍ଦ୍ରାବତୀ ବିସ୍ଥାପିତ: ପହଞ୍ଚିପାରିଲାନି ବିକାଶ, ମାଳମାଳ ସମସ୍ୟା ଘେରରେ ଜୀବନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି । ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି । ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ । ତେଣୁ ଇନୋଭେସନ ଓ ଟେକନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ବିଭାଗର ଯୁବ ମାସ୍କଟ 'କୁନି'ର ଶୁଭାରମ୍ଭ କରିଛନ୍ତି । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ । ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି । ଏହା ସହିତ ରାଜ୍ୟର ନୂଆ ଶିଶୁ ନୀତି 'ପ୍ରାରମ୍ଭ' ମଧ୍ୟ ଉନ୍ମୋଚିତ ହୋଇଛି । ଏହା ସହିତ ଆଶୀର୍ବାଦ ଯୋଜନାର ଏମ ଆଇଏସ ପୋର୍ଟାଲ ଏବଂ ଓ୍ଵାନ ଷ୍ଟପ ସେଣ୍ଟର ଓ ମହିଳା ହେଲପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ ଷ୍ଟଡି ବୁକଲେଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।

ଏହାବି ପଢନ୍ତୁ- Umesh Pal Murder Case: ମୁଖ୍ୟ ଅଭିଯୁକ୍ତ ଅତିକ ସହଯୋଗୀ ଘରେ ବୁଲିଲା ବୁଲଡୋଜର

ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନରେ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି । ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି । ମହିଳା ଓ ଶିଶୁ ବିଭାଗର କମିଶନର-ତଥା-ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଛନ୍ତି । ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କିଶୋର ଓ କିଶୋରୀ ମାନେ ଯୋଗ ଦେଇଛନ୍ତି । ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.