ETV Bharat / state

ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ଚିଲିକା ବିଧାୟକ

author img

By

Published : Apr 25, 2021, 10:36 AM IST

ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ଚିଲିକା ବିଧାୟକ
ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ଚିଲିକା ବିଧାୟକ

ସାରା ଦେଶରେ ଏବେ ମହାମାରୀ କୋରୋନା ନିଜର ରୌଦ୍ର ରୂପ ଦେଖାଉଛି । ଏଭଳି ସ୍ଥିତିରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଜରୁରୀ ହୋଇ ପଡିଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ବିଧାୟକ । ସାରା ଦେଶରେ ଏବେ ମହାମାରୀ କୋରୋନା ନିଜର ରୌଦ୍ର ରୂପ ଦେଖାଉଛି । ଏଭଳି ସ୍ଥିତିରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଜରୁରୀ ହୋଇ ପଡିଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।

ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ଚିଲିକା ବିଧାୟକ

ଚିଲିକା ବିଧାୟକଙ୍କ ନେତୃତ୍ବରେ ମା ଭଗବତୀ ବାଣପୁର ଏବଂ ବାଲୁଗାଁ ଵସ ମାଲିକ ସଂଘ ପକ୍ଷରୁ ବାଲୁଗାଁ ବଜାରରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବସ ମାଲିକ ସଂଘ ପକ୍ଷରୁ ବିଧାୟକ ଜନସାଧାରଣଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରିବା ସହ ଲୋକଙ୍କୁ କୋରୋନା ସଂପର୍କରେ ସଚେତନ କରିଛନ୍ତି ।

କୋରୋନାର ଦ୍ବିତୀୟ ଲହର ସାଙ୍ଘାତିକ ଭାବେ ଲୋକଙ୍କୁ ଆକ୍ରାନ୍ତ କରୁଥିବା ବେଳେ ବିଧାୟକ ଲୋକଙ୍କୁ ଘରେ ରହି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.