ETV Bharat / state

FIH Hockey World Cup: ଟିକେଟ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ କହିଲେ କ୍ରୀଡାମନ୍ତ୍ରୀ

author img

By

Published : Jan 18, 2023, 8:00 PM IST

Black marketing of hockey World Cup tickets
ଟିକେଟ କଳାବଜାରୀ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ : କ୍ରୀଡାମନ୍ତ୍ରୀ

ହକି ବିଶ୍ୱକପରେ ଟିକେଟ କଳାବଜାରୀ ହେଉଥିବା ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଟିକେଟ କଳାବଜାରୀ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

ଟିକେଟ କଳାବଜାରୀ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ : କ୍ରୀଡାମନ୍ତ୍ରୀ

ଭୁବନେଶ୍ବର: ହକି ବିଶ୍ୱକପରେ ଟିକେଟ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । ଘଟଣାରେ କମିଶନରେଟ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଟିକେଟ କଳାବଜାରୀ ହେବା ଫଳରେ ଦର୍ଶକ ଟିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଟିକେଟ କଳାବଜାରୀ ହେଲେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, 2018 ମସିହା ହକି ବିଶ୍ୱକପ ଅପେକ୍ଷା ଚଳିତ ଥର ଅଧିକ କିଛି ଆଶା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହ ଦ୍ୱିତୀୟ ସହର ଭାବେ ରାଉଲକେଲାକୁ ଯୋଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟସ୍ତରୀୟ ଷ୍ଟାଡିୟମ ତିଆରି ହୋଇଛି । ପ୍ରଥମ ମ୍ୟାଚରେ ଭାରତ ଜିତିବା ପରେ ଦର୍ଶକଙ୍କର ଆଶା ଆହୁରି ବଢିଯାଇଛି । ତୃତୀୟ ମ୍ୟାଚ୍‌ଟି ଯେହେତୁ ଭୁବନେଶ୍ୱରରେ ହେଉଛି ଭିଡ଼ ଅଧିକ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା 15 ହଜାର ତେଣୁ ଯେତିକି କ୍ଷମତା ସେତିକି ମେଣ୍ଟେନ କରୁ । ତାଠୁ ଅଧିକ ହେଇପାରିବ ନାହିଁ । ଦର୍ଶକଙ୍କ ଡିମାଣ୍ଡ ବଢିଯାଇଛି, ତେଣୁ କିଛି ଜାଗାରେ କଳାବଜାରୀ ହେଉଛି । ଏଥିପାଇଁ ବିଭାଗର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି କଳାବଜାରୀ ଘଟଣା ନଜରକୁ ଆସୁଛି ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ମଧ୍ୟ କରାଯିବ ।

ଯେହେତୁ ଗୋଟିଏ ଦିନରେ ଦୁଇଟି ଓ ଚାରୋଟି ମ୍ୟାଚ ରହୁଛି ସେଥିପାଇଁ କିଛି ସିଟ୍‌ ଫାଙ୍କା ରହିଛି । କାରଣ ଗୋଟିଏ ଟିକେଟରେ ଜଣେ ଦର୍ଶକ 4ଟି ମ୍ୟାଚ ଦେଖିପାରିବ । ତେଣୁ କିଛି ଦର୍ଶକ ସବୁ ମ୍ୟାଚ ନଦେଖି ନିର୍ଦ୍ଦିଷ୍ଟ କିଛି ମ୍ୟାଚ ଦେଖିବାକୁ ଆସୁଛନ୍ତି । ଅପରାହ୍ନ ମ୍ୟାଚରେ କିଛି ସିଟ୍‌ ଫାଙ୍କା ଥିଲା । କିନ୍ତୁ ସନ୍ଧ୍ୟା ମ୍ୟାଚରେ ଷ୍ଟାଡିୟମ ଭରିଥିଲା । ଯାହାବି କଲେ କିଛି ପ୍ରତିଶତ ସିଟ୍‌ ଫାଙ୍କା ପଡିବ । ଯିଏ ଟିକେଟ ନେଇଛନ୍ତି ସବୁ ଟିକେଟରେ ଦର୍ଶକ ଆସୁନାହାନ୍ତି । ବିଭାଗ ପାସ୍‌ ଦେଉନାହିଁ । ଟିକେଟ ବିକ୍ରିଠୁ ଆରମ୍ଭ କରି ସବୁ ଜିନିଷ FIH କରୁଛି । ଯେଉଁଦିନ ଅନଲାଇନ୍‌ରେ ଟିକେଟ ବିକ୍ରି ଥିଲା ସେଦିନ ହିଁ ସରିଯାଇଥିଲା । ଯିଏ ପାସ୍‌ ନେଇଛନ୍ତି କିନ୍ତୁ ଦେଖିବାକୁ ଆସୁନାହାନ୍ତି ତାହା ଦୁର୍ଭାଗ୍ୟଜନକ କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.