ETV Bharat / state

କାହିଁକି ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ ରାଜ୍ୟ ସରକାର: ବିଜେପି

author img

By

Published : Nov 15, 2022, 7:43 PM IST

କାହିଁକି  ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ ରାଜ୍ୟ ସରକାର: ବିଜେପି
କାହିଁକି ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ ରାଜ୍ୟ ସରକାର: ବିଜେପି

କୃଷି ବୀମାର ଡ୍ରାମା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାର କାହିଁକି ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ । ଯିଏ ବି ଯାହା କହୁ, ଏହି ଧର୍ମ ଯୁଦ୍ଧରେ ପଦ୍ମପୁର 22 ବର୍ଷ ଧରି ଅବହେଳାର ଶିକାର ହୋଇଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

ଭୁବନେଶ୍ବର: କୃଷି ବୀମାର ଡ୍ରାମା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାର କାହିଁକି ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ । ଯିଏ ବି ଯାହା କହୁ, ଏହି ଧର୍ମ ଯୁଦ୍ଧରେ ପଦ୍ମପୁର 22 ବର୍ଷ ଧରି ଅବହେଳାର ଶିକାର ହୋଇଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

କାହିଁକି ଘରୋଇ ବ୍ୟାଙ୍କରେ ଫସଲ ବୀମା କଲେ ରାଜ୍ୟ ସରକାର: ବିଜେପି

ପୃଥ୍ବୀରାଜ କହିଛନ୍ତି, ଲୋକଙ୍କ ସହ ଠିଆ ହେବା ରାଜନୈତିକ ଦଳ ହିସାବରେ ଯଥାର୍ଥ । ପ୍ରଦୀପ ପୁରୋହିତ ତୃଣମୂଳ ସ୍ତରରୁ ଚାଷୀ ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ନାମାଙ୍କନ ନଭରିବାର ନିଷ୍ପତି ମଧ୍ୟ ସମ୍ପୂର୍ଣ୍ଣ ଯଥାର୍ଥ । ରାଜନୈତିକ ସମୀକ୍ଷକ ଓ ବିଜେଡି ନେତା ମାନେ ମଧ୍ୟ କହୁଛନ୍ତି, ବିଜେପି ଯାହା କରିଛି ଠିକ କରିଛି । ସାଧାରଣ ଲୋକ ଓ ଚାଷୀଙ୍କ ପାଖରେ ଠିଆ ହେବାର ସୌଜନ୍ୟତା ଅନ୍ୟ ରାଜନୈତିକ ଦଳ ମାନେ ଭୁଲି ଯାଇଛନ୍ତି । କିନ୍ତୁ ବିଜେପି ସେହି ପ୍ରକ୍ରିୟାକୁ ଆରମ୍ଭ କରିଛି । ବିଜେପି ଲୋକ, ସାଧାରଣ ଜନତାଙ୍କ ସମସ୍ୟା ଏବଂ ଚାଷୀଙ୍କ ସହ ଅଛୁ । ଏ ବାର୍ତ୍ତା ଦେବା ପାଇଁ ଗତକାଲି ପ୍ରଦୀପ ପୁରୋହିତ ନୋମିନେସନ କଲେ ନାହିଁ । ସେହିପରି ପୃଥ୍ବୀରାଜ ଆହୁରି କହିଛନ୍ତି ‘‘ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଆନ୍ଦୋଳନ ଲମ୍ବା ସମୟ ଧରି ଚାଲିଛି । କିନ୍ତୁ ଜିଲ୍ଲା ଆନ୍ଦୋଳନକୁ ଶାସକ ଦଳ ଉଣା ଅକ୍ଷରରେ ବି ଦେଖିଲେ ନାହିଁ । ମରୁଡି ପ୍ରପୀଡ଼ିତ ଅଞ୍ଚଳରେ ଚାଷୀଙ୍କୁ ଇନପୁଟ ସବସିଡି ଦେଲେ ନାହିଁ ସରକାର । ସରକାରଙ୍କ ଅବହେଳା ଚରମ ସୀମାରେ । ପଶ୍ଚିମ ଓଡିଶାରେ ମଣ୍ଡି ଖୋଲିବାର ନିଷ୍ପତି ରାଜ୍ୟ ସରକାର ନେଇନାହାଁନ୍ତି । ମିଲର ମାନଙ୍କ ଦୟାରେ ରାଜ୍ୟ ସରକାର ଚାଲିଛନ୍ତି ।’’

ଏହାବି ପଢନ୍ତୁ- Padampur byelection: ଫସଲ ବୀମା ତାତି, ଦାୟିତ୍ବହୀନତା ବନାମ ନାଟକବାଜି

ପଶ୍ଚିମ ଓଡିଶାରେ ଧାନ କଟା ସରିବା ପରେ ଚାଷୀ ଧାନ କେଉଁଠି ରଖିବ ଚିନ୍ତାରେ ପଡ଼ିଛି । ଅନେକ ସରକାରୀ ବୀମା କମ୍ପାନୀ ମଧ୍ୟ କୃଷି ବୀମା କରୁଛନ୍ତି । ରାଜ୍ୟ ସରକାର ନିଜ ଅବହେଳା ଯୋଗୁଁ ଚାଷୀଙ୍କୁ ହନ୍ତସନ୍ତ କରୁଛନ୍ତି । ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଏକ ଚାଷୀ ମାରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯାହାର ଏକ ଜ୍ବଳନ୍ତ ନିଦର୍ଶନ ପଦ୍ମପୁରରେ ଦେଖିବାକୁ ମିଳୁଛି । ବିଜେପି ଚାଷୀଙ୍କ ସହ ଠିଆ ହୋଇଥିଲା ଏବଂ ଆଗାମୀ ଦିନରେ ରହିବ । କିଏ ଭଲ ଭାବୁ ବା ସମାଲୋଚନା କରୁ ବିଜେପି ଅଛି, ରହିବ । ଆମର ସମର୍ଥନର ଆବଶ୍ୟକତା ନାହିଁ । ସମର୍ଥନ ପାଇଁ ବିଜେପି ଚାଷୀଙ୍କ ସହ ଛିଡା ହୋଇନାହିଁ । ରାଜ୍ୟ ସରକାରଙ୍କ ଚେତା ଖୋଲିବାର ଆବଶ୍ୟକତା ଅଛି । ଚାଷୀଙ୍କ ସହ ରାଜ୍ୟ ସରକାର ଖେଳିଲେ, ଆଗାମୀ ଦିନରେ ରାଜ୍ୟ ସାରା ଆନ୍ଦୋଳନ ହେବ । ପରିସ୍ଥିତି ଭୟାବହ ହେବ ବୋଲି ପୃଥ୍ବୀରାଜ କହିଛନ୍ତି ।

ଏହାବି ପଢନ୍ତୁ- ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ଆଶ୍ୱସ୍ତି, ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସେପଟେ ବିଜେପି ଅଭିଯୋଗର ଜବାବ ଦେଇ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ପଦ୍ମପୁର ଉପ ନିର୍ବାଚନ ଫସଲ ବୀମା ଯୋଜନା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ରାଜ୍ୟ ସରକାରଙ୍କୁ ଦୋଷ ଲଦିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଟ୍ବିଟ କରିଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି ଚାଷୀଙ୍କୁ ସହାୟତା ଦିଆଯାଉ । ହାତ ଯୋଡି କେନ୍ଦ୍ରକୁ ଅନୁରୋଧ ଆମ ଚାଷୀଙ୍କ ଟଙ୍କା ଦେଇ ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.