ETV Bharat / state

ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ଆଶ୍ୱସ୍ତି, ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 15, 2022, 3:17 PM IST

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁକ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଅଧିକ ପଢ଼ନ୍ତୁ

CM Naveen Patnaik announces input Assistance for drought affected area farmers
ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ଆଶ୍ବସ୍ତି, ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହୟତା ଦେବା ଉଦ୍ଦେଶ୍ୟରେ ରାଜକୋଷରୁ ଇନପୁଟ ସବ୍‌ସିଡି ପ୍ରଦାନ କରାଯିବ ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଚାଷୀଙ୍କୁ ଫସଲ ବୀମା ଯୋଜନା ସହାୟତା ରାଶି ଘୋଷଣା ନେଇ ଟୁଇଟ କରିଥିଲେ । ଏହାପରେ ରାଜ୍ୟ ସରକାର ଇନପୁଟ ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ରାଜ୍ୟକୁ କେନ୍ଦ୍ର କୃଷିମନ୍ତ୍ରୀ ରାଜ୍ୟକୁ ଫସଲ ବୀମା ଦାବି କରିବା ପାଇଁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.