ETV Bharat / state

ଦୋଷ କଲେ ଦଣ୍ଡ ପାଇବାକୁ ପ୍ରସ୍ତୁତ ରହିବା ଉଚିତ: ପୃଥୀରାଜ ହରିଚନ୍ଦନ

author img

By

Published : Oct 9, 2021, 4:31 PM IST

BJP leader prithviraj harichandan reaction on chilika MLA prashant jagdev
ଦୋଷ କଲେ ଦଣ୍ଡ ପାଇବାକୁ ପ୍ରସ୍ତୁତ ରହିବା ଉଚିତ୍‌: ପୃଥୀରାଜ ହରିଚନ୍ଦନ

'ଧର୍ମର ଜୟ ହୋଇଛି', ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରସଙ୍ଗ ନେଇ ଏବେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଉଷ୍ମତା । ବିଜେପି ନେତା ପୃଥୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ''ପ୍ରଶାନ୍ତ ଜଗଦେବ ହୁଅନ୍ତୁ କି ମୁଁ ହୁଏ କିମ୍ବା ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଯଦି ଆମେ ଦୋଷ କରିବୁ ତେବେ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ।"

ଭୁଲ୍‌ କଲେ ଆଇନ ତା ରାସ୍ତାରେ ଯିବାର ଆବଶ୍ୟକତା ରହିଛି । ଯାହା ବି କାଲି ହେଲା ସେଥିରେ 'ଧର୍ମର ଜୟ' ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାରୀ ସ୍ତରରେ ବହୁ ଉଦ୍ୟମ କରାଯାଇଥିଲା ଏପରିକି ଆଡ଼ଭୋକେଟ୍‌ ଜେନେରାଲ ପର୍ଯ୍ୟନ୍ତ ବି ସେଥିରୁ ମୁକ୍ତି ମିଳିବା ପ୍ରୟାସ କରୁଥିଲେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।

ଆଇନ ଦୃଷ୍ଟିରୁ ଯାହା ନିଷ୍ପତ୍ତି ନେବା କଥା ସେହିପରି ନିଷ୍ପତ୍ତି ନେଇଥିବାରୁ ହାଇକୋର୍ଟକୁ ଧନ୍ୟବାଦ ଜଣାଇଛନ୍ତି ହରିଚନ୍ଦନ । ଦୋଷୀକୁ ଦଣ୍ଡ ମିଳିବା ଏକ ପ୍ରାଥମିକତା ଥିଲା । ଜାମିନ ଖାରଜ କରି ତାକୁ କୋର୍ଟ ପ୍ରମାଣିତ କରିଥିବା କହିଛନ୍ତି ପୃଥୀରାଜ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.