ETV Bharat / state

୨୦୨୪ ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ: ବିଜୟ ମହାପାତ୍ର

author img

By

Published : Feb 15, 2023, 9:48 PM IST

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର BRSରେ ଯୋଗବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ସେ କୌଣସି ନିଷ୍ପତ୍ତି ନେଇ ନଥିବା ପ୍ରତିକ୍ରିୟା ରଖିଛନ୍ତି । ସେପଟେ ବିଜୟ ମହାପାତ୍ର ବିରୋଧି ଦଳର ଜଣେ ପ୍ରମୁଖ ନେତା ହୋଇଥିବାରୁ ତାଙ୍କର ଅନ୍ୟ ଦଳରେ ମିଶ୍ରଣ କିଛି ପ୍ରଭାବ ନିଶ୍ଚୟ ପକାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ

ବିଜୟ ମହାପାତ୍ର BRSରେ ଯୋଗବା ନେଇ ଚର୍ଚ୍ଚା
ବିଜୟ ମହାପାତ୍ର BRSରେ ଯୋଗବା ନେଇ ଚର୍ଚ୍ଚା

ବିଜୟ ମହାପାତ୍ର BRSରେ ଯୋଗବା ନେଇ ଚର୍ଚ୍ଚା

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଅଙ୍କକଷା ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ଏନେଇ ଦଳ ବଦଳ ରାଜନୀତି ମଧ୍ୟ ଚର୍ଚ୍ଚାକୁ ଆସିବାକୁ ଲାଗିଲାଣି । ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେଇଥିଲେ । ବୁଧବାର ପୂର୍ବତନ ସାଂସଦ ସିକ୍ତା ପତି ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ଅନ୍ୟକିଛି ପ୍ରଶାସକ ଓ ଡାକ୍ତର ମଧ୍ୟ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର BRSରେ ଯୋଗଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ କିଛି ନିଷ୍ପତ୍ତି ନେଇ ନଥିବା କହିଛନ୍ତି ବିଜୟ ।

ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଏକ ଜାତୀୟ ଦଳ ଭାବେ ଘୋଷଣା କରି ଭାରତ ରାଷ୍ଟ୍ର ସମିତି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ପ୍ରଥମେ ସେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପରେ ନଜର ରଖିଥିବା କୁହାଯାଉଛି । ତେବେ ଏହା ପୂର୍ବରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗଙ୍କ ନେତୃତ୍ବରେ ଓଡ଼ିଶାର କିଛି ବରିଷ୍ଠ ରାଜନେତା ହାଇଦ୍ରାବାଦ ଯାଇ ବିଧିବଦ୍ଧ ଭାବେ BRSରେ ଯୋଗ ଦେଇଛନ୍ତି । ଏହାରି ଭିତରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ BRSରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ନିଷ୍ପତ୍ତି ନେଇ ନଥିବା କହିଛନ୍ତି ବିଜୟ ।

ବିଜୟ ମହାପାତ୍ର କହିଛନ୍ତି, "ମୋତେ ସବୁଦଳରୁ ଡାକରା ଆସୁଛି । ସବୁ ଦଳର ବରିଷ୍ଠ ନେତାମାନେ ମୋତେ ଦେଖା କରିବାକୁ ଆସୁଛନ୍ତି । ହେଲେ ମୁଁ କିଛି ନିଷ୍ପତ୍ତି ନେଇନାହିଁ । ୨୦୨୪ ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ । ୨୦୨୪ ନିର୍ବାଚନ ୨୦୧୯ ନୁହେଁ । କାରଣ ବହୁତ ଜଲ୍‌ଦି ଜଣାପଡିବ ।" ଏହା ଏକ ଭିନ୍ନ ନିର୍ବାଚନ ଏବଂ ନିର୍ଣ୍ଣାୟକ ନିର୍ବାଚନ ବୋଲି କହିଛନ୍ତି ବିଜୟ । ସେହିପରି କଂଗ୍ରେସ ନେତା ଗଣେଶ୍ଵର ବେହେରା କହିଛନ୍ତି, ବିଜୟ ଏବେ ଯେଉଁ ଦଳରେ ଅଛନ୍ତି, ସେଠାରେ ଖୁସି ନାହାନ୍ତି । ସେ ରାଜନୀତିରେ ସକ୍ରିୟ ଅଛନ୍ତି । ତେଣୁ ତାଙ୍କର ଲକ୍ଷ୍ୟ ସାଧନ ପାଇଁ ସେ ଯେକୌଣସି ଦଳକୁ ଯାଇପାରନ୍ତି । ବିଜୟ ମହାପାତ୍ର ବିରୋଧି ଦଳର ଜଣେ ପ୍ରମୁଖ ନେତା । ତେଣୁ ତାଙ୍କର ଅନ୍ୟ ଦଳରେ ମିଶ୍ରଣ ହେଲେ କିଛି ତ ପ୍ରଭାବ ନିଶ୍ଚିନ୍ତ ପଡିବ ।" କିନ୍ତୁ କେତେ ପ୍ରଭାବ ପଡିବ ତାହା ସମୟ କହିବ ବୋଲି କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.