ETV Bharat / state

ରାୟଗଡ଼ାରେ ଦିବ୍ୟାଙ୍ଗ ଝିଅ ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ବିଜେପି

author img

By ETV Bharat Odisha Team

Published : Dec 29, 2023, 8:32 PM IST

BJP Demands CBI Probe: ରାୟଗଡ଼ାରେ ଦିବ୍ୟାଙ୍ଗ ଝିଅ ହତ୍ୟା ଘଟଣାକୁ ନିନ୍ଦା କରିଛି ବିଜେପି। ରାଜ୍ୟରେ ମହିଳା ଅସୁରକ୍ଷିତ କହି ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ । ଅଧିକ ପଢନ୍ତୁ
bjp pressmeet
ବିଜେପିର ପ୍ରେସମିଟ୍

ବିଜେପିର ପ୍ରେସମିଟ୍

ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଲା ବିଜେପି ମହିଳା ମୋର୍ଚ୍ଚା। ରାୟଗଡ଼ାରେ ଦିବ୍ୟାଙ୍ଗ ଝିଅ ହତ୍ୟା ଘଟଣାକୁ ନିନ୍ଦା କରିଛି ବିଜେପି। ଏନେଇ ସିବିଆଇ ତଦନ୍ତ ଦାବି କରିଛି ମହିଳା ମୋର୍ଚ୍ଚା। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ସନ୍ଦେହ କରୁଛି ବିଜେପି। ଗତ ୨୧ ଡିସେମ୍ବରରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯା ବିଶ୍ୱାଳ କହିଛନ୍ତି, "ଦିବ୍ୟାଙ୍ଗ ଝିଅକୁ ହସ୍ପିଟାଲ ଭିତରେ ହତ୍ୟା ପରେ ପୋଡି ଦିଆଯାଉଛି । ଏହା ଏକ ଦୁଃଖର ବିଷୟ ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ।"



ରାୟଗଡାରେ ଘଟିଥିବା ଏହି ହତ୍ୟା ଘଟଣାକୁ ନିନ୍ଦା କରିଛି ବିଜେପି । ସୂଚନା ଅନୁସାରେ, ମୃତକଙ୍କ ବାପା ବିଜେପିର ଜଣେ ସକ୍ରିୟ ନେତା ଥିଲେ। ବିଜେପି କର୍ମୀଙ୍କ ଉପରେ ଜାଣି ଶୁଣି ଆକ୍ରୋଶମୂଳକ ଭାବେ ବିଜେଡି ଏମିତି କରୁଥିବା ଅଭିଯୋଗ ଆଣିଛି ଦଳ । "ବିଜେପିର କର୍ମୀମାନଙ୍କୁ ଜାଣିଶୁଣି ହଇରାଣ କରୁଛି ବିଜେଡି । ଯେଉଁମାନେ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲୁଛନ୍ତି, ସେମାନଙ୍କ ଉପରେ ଆକ୍ରୋଶ ରଖୁଛି ବିଜେଡି। ରାୟଗଡା ଜିଲ୍ଲା ନାକୋଟିଗୁଡା କାଶୀପୁର ବ୍ଲକରେ ସେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବରୁ ରାୟଗଡାରେ ୯ ମାସର ଗର୍ଭବତୀ ଥିବା ମହିଳାଙ୍କୁ ଥାନାରେ ଅଟକାଇ ରଖିଥିଲା ପୋଲିସ । ପରବର୍ତ୍ତୀ ସମୟରେ ସେହି ମହିଳା ପ୍ରସବ ପରେ ମୃତ୍ୟୁ ବରଣ କରିଥିଲେ। ସେପ୍ଟେମ୍ବରରେ କାଶୀପୁର ବ୍ଲକରେ ବିଦ୍ୟାଳୟର ପିଅନ ଦ୍ୱରା ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିଲେ। ନବରଙ୍ଗପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କୁ ମହିଳାଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ଦୁଷ୍କର୍ମ କରାଯାଇଥିଲା। ରାଉରକେଲାରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଥିଲା" କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ, ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା


ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁ ଅଞ୍ଚଳରେ ଏଭଳି ଘଟଣା ଘଟୁଛି ସେହି ଅଞ୍ଚଳରେ ବିଜୁ ଜନତା ଦଳର ନେତା କେବେ ପହଞ୍ଚି ନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ରାଜ୍ୟରେ କେତେ ସୁରକ୍ଷିତ ଅଛନ୍ତି ମହିଳା। କ୍ରାଇମବ୍ରାଞ୍ଚ ଠିକ ଭାବରେ କାର୍ଯ୍ୟ କରୁନାହାନ୍ତି। ଭାରତୀୟ ଜନତା ପାର୍ଟି ସିବିଆଇ ତଦନ୍ତ ଦାବି କରୁଛି।" ରାୟଗଡା ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରି ଜଳାଇ ଦିଆଯାଇଥିବା ସନ୍ଦେହ କରୁଛି ବିଜେପି। ତୁରନ୍ତ ତଦନ୍ତ କରି ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.