ETV Bharat / state

ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ, ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା

author img

By ETV Bharat Odisha Team

Published : Dec 10, 2023, 5:12 PM IST

Updated : Dec 10, 2023, 5:44 PM IST

Bjp Mahila Morcha Executive Meeting: ଓଡ଼ିଶାରେ କମୁଛି ମହିଳା ଜନ୍ମ ହାର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏନେଇ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

Bjp mahila morcha executive meeting
Bjp mahila morcha executive meeting

ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ, ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି(ରବିବାର) ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢୁଥିବା ବେଳେ ନବୀନଙ୍କ ୨୩ ବର୍ଷର ଶାସନ ପରେ ବି ମହିଳା ଜନ୍ମ ହାର କମୁଛି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ- ରାଜ୍ୟରେ ହ୍ରାସ ପାଉଛି ମହିଳାଙ୍କ ପ୍ରଜନନ ହାର

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, " ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ । ବିଜେଡିର ୨୩ ବର୍ଷର ଶାସନ ପରେ ବି ମହିଳା ଜନ୍ମ ହାର କମୁଛି । ଶିଶୁ ଅପହରଣ ରାଜ୍ୟରେ ବଢିଛି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧକୁ ନେଇ ରାଜ୍ୟ ସାରା ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା । ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ହୋଇଛି । ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର ଓଡ଼ିଶା । ମହିଳା ଅତ୍ୟାଚାରରେ ଓଡ଼ିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି । ସାରା ଦେଶରେ ଓଡ଼ିଶା ଆଜି ନିନ୍ଦିତ । ଦୁର୍ନୀତିଗ୍ରସ୍ତ ଏବଂ ଭ୍ରଷ୍ଟାଚାର ଶାସନ ବ୍ୟବସ୍ଥା, ବିଜେଡ଼ି ନେତା, ମନ୍ତ୍ରୀଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଅଛି ।"

ଏହା ବି ପଢନ୍ତୁ- ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ହାର, ବଢ଼ିଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ ଏବଂ ଆତ୍ମ ନିର୍ଭର କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ମୁଦ୍ରା ଋଣ, ସୌଭାଗ୍ୟ ଯୋଜନାରେ ବିଜୁଳି, ୭୭ ଲକ୍ଷ ଘରେ ଶୌଚାଳୟ, ସ୍ଵଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ଘରେ ନଳ ଯୋଗେ ଜଳ ଯୋଗାଇଛନ୍ତି କେନ୍ଦ୍ର ସରକାର । ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନେଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 10, 2023, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.