ETV Bharat / state

Padmapur ByPoll: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପାଇଲେ ୪ କେନ୍ଦ୍ରମନ୍ତ୍ରୀ

author img

By

Published : Nov 19, 2022, 3:24 PM IST

Padmapur ByPoll: ବିଜେପିର  ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପଇଲେ ୪ କେନ୍ଦ୍ରମନ୍ତ୍ରୀ
Padmapur ByPoll: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପଇଲେ ୪ କେନ୍ଦ୍ରମନ୍ତ୍ରୀ

ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ୪୦ ଜଣିଆ ଏହି ଷ୍ଟାର ପ୍ରଚାରକ ତାଲିକାରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପଦ୍ମପୁର ଆସନ ହାତେଇବା ପାଇଁ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ପ୍ରଚାର ମଇଦାନରେ କମ୍ପିବ ପଦ୍ମପୁର ମାଟି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ୪୦ ଜଣିଆ ଏହି ଷ୍ଟାର ପ୍ରଚାରକ ତାଲିକାରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେହିପରି ନୂଆ କରି ଧାମନଗର ବିଧାୟକ ହୋଇଥିବା ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Padmapur ByPoll: ବିଜେପିର  ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପଇଲେ ୪ କେନ୍ଦ୍ରମନ୍ତ୍ରୀ
Padmapur ByPoll: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପଇଲେ ୪ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ଏହି ଷ୍ଟାର ପ୍ରଚାରକ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଶ୍ବିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ବର ଟୁଡୁ ରହିଛନ୍ତି । ତାଙ୍କ ସହିତ ବିରୋଧୀ ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ବରୀ, ବିଜୟ ପାଲ ସିଂ ତୋମାର ମଧ୍ୟ ରହିଛନ୍ତି । ଏହା ସହ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହ ଦେଓ, ଗିରିଧର ଗମାଙ୍ଗୋ, ଅପରାଜିତା ଷଡଙ୍ଗୀ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁପରେ ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ଖାଲି ହୋଇଥିବା ଆସନ ନେଇ ଓଡିଶା ବିଧାନସଭା ସଚିବ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଦୀର୍ଘ ଦିନର ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ବିଧାୟକ ବିଜୟ ରଞ୍ଜନ ସିଂଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ପଦ୍ମପୁର ଆସନରୁ ସେ ୫ ଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ଷ ୧୯୯୦ ଓ ୧୯୯୫ରେ ଜନତାଦଳରୁ ଲଢିଥିଲେ ଓ ବିଜୟୀ ହୋଇଥିଲେ । ପରେ ୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ ।

ନିୟମ ଅନୁସାରେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୁଏ । ନିର୍ବାଚନ ପ୍ରକ୍ରିୟା ଆସନ ଖାଲି ହେବାର ୬ ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଶାସକ ଦଳ ବିଜେଡି ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ଦେଇଥିବା ବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.