ETV Bharat / state

ଫଳାଫଳ ପୂର୍ବରୁ BJDର ମାନସ ମନ୍ଥନ, ନବୀନ ନିବାସରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Dec 7, 2022, 12:10 PM IST

Updated : Dec 7, 2022, 1:12 PM IST

Padampur byelection
Padampur byelection

ପଦ୍ମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି । ନବୀନ ନିବାସରେ ରୁଦ୍ଧଦ୍ବାର ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାତି ପାହିଲେ ବାହାରିବ ପଦ୍ମପୁର ଉପନିର୍ବାଚନ ଫଳାଫଳ । ଏହା ପୂର୍ବରୁ ନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି । ନବୀନ ନିବାସରେ ରୁଦ୍ଧଦ୍ବାର ବୈଠକ ଆରମ୍ଭ ହୋଇଛି । ଚାଲିଛି ମାନସ ମନ୍ଥନ । ନବୀନ ନିବାସରେ ପହଞ୍ଚିଛନ୍ତି ଜଣଙ୍କ ପରେ ଜଣେ ନେତା ।

ଫଳାଫଳ ପୂର୍ବରୁ BJDର ମାନସ ମନ୍ଥନ, ନବୀନ ନିବାସରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ

ପଦ୍ମପୁର ଉପନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ନବୀନ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ନବୀନ ନିବାସରେ ଶାସକ ଦଳର ରୁଦ୍ଧଦ୍ବାର ବୈଠକରେ ସାମିଲ ହୋଇଛନ୍ତି ନେତା । ପଦ୍ମପୁର ଉପନିର୍ବାଚନ ଦାୟିତ୍ବରେ ଥିବା ନେତା ବୈଠକରେ ସାମିଲ ଥିବା ଜଣାପଡିଛି । 50ରୁ ଊର୍ଦ୍ଧ୍ବ ନେତାଙ୍କୁ ଡ଼କରା ହୋଇଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତ, ପୁଷ୍ପେନ୍ଦ ସିଂହଦେଓଙ୍କ ଭଳି ଅନେକ ବଡ଼ ବଡ଼ ନେତା ନବୀନ ନିବାସରେ ପହଁଚିଛନ୍ତି । ପଦ୍ମପୁର ନିର୍ବାଚନରେ ବିଜେଡିର ସ୍ଥିତି କଣ ରହିଛି କେତେ ମାର୍ଜିନ ରହିବ । କେତେ ଭୋଟ ବିଜେଡି ପାଇବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉ କି ବିଧାୟକ ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ଡିସେମ୍ବର 5 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ତୁଳନାରେ ଏଥରେ ରେକର୍ଡ ଭୋଟିଂ ହୋଇଛି । 81.29 ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଥିଲା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିଜୟ ନେଇ ଦଳ ଦୃଢୋକ୍ତି ରଖିଥିବା କାହା ସପକ୍ଷରେ ଯିବ ପଦ୍ମପୁରବାସୀଙ୍କ ରାୟ । କିଏ ଜିତିବ ପଦ୍ମପୁର ବାଜି । ରେକର୍ଡ ଭୋଟିଂ କଣ ସଙ୍କେତ ଦେଉଛି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 7, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.