ETV Bharat / state

Ratha Yatra in Abroad: ବାହାରିନ ଓଡ଼ିଆ ସମାଜ ପାଳିଲା ଶ୍ରୀଗୁଣ୍ଡିଚା ଯାତ୍ରା

author img

By

Published : Jun 20, 2023, 9:00 PM IST

Updated : Jun 20, 2023, 9:15 PM IST

ବିଦେଶରେ ପାଳିତ ହେଲା ରଥଯାତ୍ରା । ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଧୁମଧାମର ସହିତ ପାଳିତ ହୋଇଛଇ ଶ୍ରୀଗୁଣ୍ଡିଚା ଯାତ୍ରା । ଅଧିକ ପଢନ୍ତୁ

Bahrain Odia Samaj
Bahrain Odia Samaj

Ratha Yatra in Abroad: ବାହାରିନ ଓଡ଼ିଆ ସମାଜ ପାଳିଲା ଶ୍ରୀଗୁଣ୍ଡିଚା ଯାତ୍ରା

ଭୁବନେଶ୍ବର: ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ହୋଇଛି । ବାହାରିନର ସାଗାୟାରେ ଥିବା ଇସ୍କନ ଆନୁକୁଲ୍ୟରେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରାକୁ ବେଶ ଧୁମଧାମରେ ପାଳନ କରାଯାଇଛି । ମନାମା ଶ୍ରୀନାଥଜୀ ମନ୍ଦିରରେ ପାଳନ କରିଛନ୍ତି ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ । ପ୍ରବାସୀ ଓଡ଼ିଆ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଛନ୍ତି । ଏହି ଅବସରରେ ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

ବାହାରିନରେ ଶ୍ରୀଗୁଣ୍ଡିଚା ଯାତ୍ରା ଆଡ଼ମ୍ବର ସହକାରେ ପାଳନ ହୋଇଛି । ବିନା କୌଣସି ବାଧାରେ ମହାପ୍ରଭୁଙ୍କ ରଥ ଟାଣି ବାହାରିନରେ ଥିବା ଓଡ଼ିଆ ସମାଜର ସଦସ୍ୟମାନେ ବେଶ ଆନନ୍ଦିତ ହୋଇଛନ୍ତି । ମନାମା ଶ୍ରୀନାଥଜୀ ମନ୍ଦିରରେ ପ୍ରଥମେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଇଥିଲା । ପରେ ରଥଟଣା ନୀତି ଆରମ୍ଭ ହୋଇଥିଲା । ଭକ୍ତମାନେ ଶ୍ରୀଜୀଉଙ୍କ ରଥକୁ ଟାଣି ମନାମାସ୍ଥିତ ଶ୍ରୀନାଥଜୀ ମନ୍ଦିରକୁ ନେଇଥିଲେ । ସେଠାରେ ଚତୁର୍ଦ୍ଧା ମୂରତୀଙ୍କ ସ୍ଵାଗତ ପାଇଁ ଶ୍ରୀଜଗନ୍ନାଥ ସହସ୍ରନାମ ପାଠ କରାଯାଇଥିଲା । ଏହି ଅବସରରେ ନେପାଳର ରାଜଦୂତ ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ- RathaYatra2023: ବଡଦାଣ୍ଡରେ ଭଗବାନଙ୍କୁ ଦର୍ଶନ କରି ବିଭୋର ଭକ୍ତ

ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ଅବସରରେ ସନ୍ଧ୍ୟାରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଥିରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାହାରିନଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ଶେଷରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉପସ୍ଥିତ ସମସ୍ତ ଭକ୍ତଙ୍କ ଲାଗି ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି, "ବହୁ ଉତ୍ସାହର ସହିତ ଆମେ ଏବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରିଛୁ । ପ୍ରାୟ ୬ ହଜାର ଭକ୍ତ ଘୋଷଯାତ୍ରାରେ ସାମିଲ ହୋଇ ରଥ ଟାଣିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହି ଶୁଭ ଦିନରେ ପୂରା ବାହାରିନରେ ଏକ ଈଶ୍ଵରୀୟ ପରିବେଶ ସୃଷ୍ଟି ହୋଇଥିଲା ।"

ସେପଟେ ପୁରୀ ଶ୍ରୀମନ୍ଦିରରେ ଜାରି ରହିଛି ରଥ ଟଣା । ଖବର ଲେଖାଯିବା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଳଧ୍ବଜ ରଥ ଲାଗି ସାରିଥିବା ବେଳେ କିଛି ଦୂରରେ ରହିଛି ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ । ସେପଟେ ଧିମେଇ ଧିମେଇ ଆଗକୁ ବଢୁଥିବା କାଳିଆ ସାଆନ୍ତେଙ୍କ ରଥ ଅଧା ବାଟରେ ଅଟକି ରହିଛି । ବଳଗଣ୍ଡିଠାରେ ନନ୍ଦିଘୋଷ ରଥ ଅଟକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 20, 2023, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.