RathaYatra2023: ବଡଦାଣ୍ଡରେ ଭଗବାନଙ୍କୁ ଦର୍ଶନ କରି ବିଭୋର ଭକ୍ତ

By

Published : Jun 20, 2023, 6:30 PM IST

thumbnail

ପୁରୀ: ଭକ୍ତଜନଙ୍କ ପାଇଁ ବଡଦାଣ୍ଡରେ ଘୋଷଯାତ୍ରା କରି ମାଉସୀ ଘରକୁ ଯାଉଛନ୍ତି ଶ୍ରୀଜୀଉ । ନ’ ଦିନ ଯାଏଁ ରତ୍ନବେଦୀରେ ଲୀଳାଖେଳା କରିବେ ଦାରୁବ୍ରହ୍ମ। ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଜନସମୁଦ୍ର । ସାରା ବିଶ୍ବରୁ ଆସିଛନ୍ତି ଭକ୍ତ ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ଦେଖିବାକୁ । ପ୍ରତିକୂଳ ପାଗ ଭକ୍ତଙ୍କ ଉତ୍ସାହ ଓ ଜଗନ୍ନାଥ ପ୍ରେମରେ ପ୍ରଭାବ ପକାଇ ପାରିନାହିଁ। ପ୍ରବଳ ଗୁଳିଗୁଳି ସତ୍ବେ ଭକ୍ତଜନ ଉତ୍ସାହର  ସହିତ ବଡଦାଣ୍ଡରେ ଭକ୍ତିରସରେ ମଗ୍ନ  । ତିନି ରଥକୁ ଅତ୍ୟନ୍ତ ଉତ୍ସାହ ଭକ୍ତିରେ ଟାଣି ନେଉଛନ୍ତି ବଡଦାଣ୍ଡରେ । ଭକ୍ତ ଭଗବାନ ଏକାକାର ହୋଇଥିବା ବେଳେ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ  ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ଉତ୍କଳ ଭୂମି । ଜନସମୁଦ୍ରକୁ ନଜରରେ ରଖି ପୋଲିସ, ପ୍ରଶାସନ ସମେତ ପୁରା ରାଜ୍ୟ  ସରକାର ବ୍ୟାପକ ବ୍ଯବସ୍ଥା କରିଛନ୍ତି । ପୁରା ସହରକୁ କଡା ସୁରକ୍ଷା ବଳରେ ରଖାଯାଇଛି । ଦେଖନ୍ତୁ ଶ୍ରୀକ୍ଷେତ୍ର ପୁରୀରୁ ଭକ୍ତଙ୍କ ଉତ୍ସାହ  ।

ଇଟିଭି ଭାରତ, ପୁରୀ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.