ETV Bharat / state

ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ

author img

By

Published : Jul 14, 2023, 4:07 PM IST

Updated : Jul 14, 2023, 9:57 PM IST

ବାହାନଗା ରେଳ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ୯ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ତିନି ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

bahanaga train tragedy
ବାହାନଗା ଟ୍ରେନ ଟ୍ରାଜେଡି

ବାହାନଗା ଟ୍ରେନ ଟ୍ରାଜେଡି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଛି । ୪ ଦିନିଆ ରିମାଣ୍ଡ ସରିବା ପରେ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେଲେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଆମୀର ଖାନ, ଟେକ୍ନସିଆନ ପପୁ କୁମାର । ପୂର୍ବରୁ ଏମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଥିଲା । ୯ ଦିନିଆ ରିମାଣ୍ଡ ପରେ ତିନି ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି । ରେଳ ବିଭାଗ ଦ୍ବାରା ନିଲମ୍ବିତ ହୋଇଥିବା ଅନ୍ୟ ୪କର୍ମଚାରିଙ୍କୁ ମଧ୍ୟ ସମନ କରି‌ ପରେ ଜେରା କରିସାରିଛି ସିବିଆଇ । ସେମାନଙ୍କ ମଧ୍ୟରେ ରହିଛନ୍ତି ସିନିଅର୍ ସେକ୍ସନ ଇଞ୍ଜିନିୟର ଅରୁଣଙ୍କ ବସ୍ ବା ଉପରିସ୍ଥ ଅଧିକାରୀ ଆସିଷ୍ଟାଣ୍ଟ ସିଗନାଲ ଟେଲିକମ ଇଞ୍ଜିନିୟର । ସେପଟେ ବିଚାର ବିଭାଗୀୟ ହାଜତକୁ ଯିବା ପୂର୍ବରୁ କ୍ୟାମେରା ଆଗରେ ମୁହଁ ଖୋଲିଲେ ସେକ୍ସନ ଇଞ୍ଜିନିୟର ଆମୀର ଖାନ ।

ଏହା ମଧ୍ୟ ପଢ଼ନ୍ତୁ: Balasore Train Tragedy: ରେଳବାଇର ଆକ୍ସନ, 7 କର୍ମଚାରୀ ନିଲମ୍ବିତ

ସେକ୍ସନ ଇଞ୍ଜିନିୟର ଅମୀର ଖାନ କହିଛନ୍ତି,"ଯେଉଁ ପଏଣ୍ଟ ସେକ୍ସନର ତୃଟି ପାଇ ମେନ ଲାଇନରୁ ଲୁପ ଲାଇନକୁ ଟ୍ରେନଟି ଗଲା । ଆଉ ମାଲବାହୀ ଟ୍ରେନକୁ ପଛପଟୁ ପିଟିଲା, ଅର୍ଥାତ୍ ସେହି ପଏଣ୍ଟ ସେକ୍ସନ ତୃଟି ଆଗରୁ ଥିଲା ।ସାଧାରଣତଃ ଯେଭଳି କାମ ହେବା କଥା ସେପରି ହୋଇଥିଲା । ଯେପରି ଡ୍ରଇଂ ରହିଛି ସେହି ହିସାବରେ କାମ କରାଯାଇଛି । ଏହି ଅଘଟଣରେମୋର କୌଣସି ଭୁଲ ହୋଇନାହିଁ ।" CBI ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଉଥିବା ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲି କିଛି ଏପରି କହିଛନ୍ତି ସେକ୍ସନ ଇଞ୍ଜିନିୟର ଆମୀର ଖାନ । ୯ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅମୀରଙ୍କ ସହ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍‌ ପପୁ ଯାଦବଙ୍କ ରିମାଣ୍ଡ ଶେଷ ପରେ ତିନିଜଣଙ୍କୁ ଝାରପଡ଼ା ଜେଲ ପଠାଯାଇଛି ।

ଆସିଷ୍ଟାଣ୍ଟ ସିଗନାଲ ଟେଲିକମ ଇଞ୍ଜିନିୟର ପଏଣ୍ଟ ସେକ୍ସନର ତୃଟି ସମ୍ପର୍କରେ ଜାଣିଥିଲେ କି ନାହିଁ ? ଏହି ସମସ୍ୟା ସମ୍ପର୍କରେ ଆଗରୁ ଅବଗତ ଥିଲେ କି ନାହିଁ ? ଏନେଇ ପୂର୍ବରୁ କଣ ଆକ୍ସନ ନେଇଥିଲେ ? ଏ ସମ୍ପର୍କରେ ତାଙ୍କର ବିଭାଗୀୟ ମୁଖ୍ୟ ରେଳ ଅଧିକାରୀଙ୍କୁ ଜଣାଇଥିଲେ କି ନାହିଁ ? ସେହିପରି ଜେରାର ସାମ୍ନା କରିଥିବା ଅନ୍ୟତମ ବ୍ୟକ୍ତି ଷ୍ଟେସନ ମାଷ୍ଟର ଯିଏକି ସଠିକ ଭାବେ ପଏଣ୍ଟ ସେଟ୍ ହୋଇଥିଲା କି ନାହି, ସେନେଇ ଅବଗତ ହୋଇଥିଲେ କି ନାହିଁ ? ଷ୍ଟେସନ ମାଷ୍ଟର ଅଫିସରେ ଡିସପ୍ଲେ ପାନେଲରେ ଲୁପ୍‌ ଲାଇନ ଓ ମେନ୍ ଲାଇନ ସମ୍ପର୍କରେ ସଠିକ ଭାବେ ସୂଚିତ ହୋଇଥିଲା କି ନାହିଁ ? ପଦକ୍ଷେପ ନେଇଥିଲେ ।ତାଙ୍କର ସୁଚନା ବଳରେ ଅଘଟଣ ରୋକାଯାଇ ପାରିଥାନ୍ତା କି ? ଏଭଳି ତମାମ ଦିଗରେ ପ୍ରଶ୍ନ କରିଥିଲା ସିବିଆଇ ।

ସିଗ୍‌ନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏପରି ଘଟିଲା, ସେନେଇ ତଦନ୍ତ କରୁଛି ସିବିଆଇ । ଏହି ଘଟଣାରେ ରେଳ ବିଭାଗର ଅନ୍ୟ ୭ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଅନ୍ୟ ୪ କର୍ମଚାରୀଙ୍କୁ ମଧ୍ୟ ସମନ କରି‌ ପରେ ଜେରା କରିସାରିଛି । ସେମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ସିଗନାଲ ଟେଲିକମ ଇଞ୍ଜିନିୟର ଏବଂ ଅନ୍ୟତମ ବ୍ୟକ୍ତି ସିଗ୍ନାଲ୍‌ ମେଣ୍ଟେନର ରହିଛନ୍ତି । ଦୁର୍ଘଟଣା ଦିନର ବିଭିନ୍ନ ପ୍ରସଙ୍ଗକୁ ନେଇ CBI ସେମାନଙ୍କୁ ପଚରାଉଚରା କରିଛି । ତେବେ CBI ପରବର୍ତ୍ତୀ ଗିରଫଦାରିରେ କାହାକୁ ଟାର୍ଗେଟ କରୁଛି ତା' ଉପରେ ନଜର ରହିଛି । ଅନ୍ୟପଟେ ଅମୀରଙ୍କ ଓକିଲ କହିଛନ୍ତି, ଏଯାବତ କୌଣସି ଷଡ଼ଯନ୍ତ୍ରର ଅବସ୍ଥାପିତ ହୋଇପାରିନାହିଁ । ତେଣୁ ସେମାନେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ମାଗିଲେ ନାହିଁ । ଏହା ମାନବୀୟ ତୃଟି ନା ଟେକ୍ନିକାଲ୍‌ ତାହା ପରେ ଜଣାପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 14, 2023, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.