ETV Bharat / state

Balasore Train Tragedy: ରେଳବାଇର ଆକ୍ସନ, 7 କର୍ମଚାରୀ ନିଲମ୍ବିତ

author img

By

Published : Jul 12, 2023, 3:55 PM IST

Updated : Jul 12, 2023, 4:21 PM IST

Balasore train tragedy: 7 ରେଳବାଇ ଅଧିକାରୀ ନିଲମ୍ବିତ
Balasore train tragedy: 7 ରେଳବାଇ ଅଧିକାରୀ ନିଲମ୍ବିତ

ବାଲେଶ୍ବର ଟ୍ରେନ ଟ୍ରାଜେଡି ଘଟଣାରେ 7 ରେଳବାଇ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ । ସୂଚନା ଦେଲେ ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ । ପୂର୍ବରୁ ଗିରଫ ହୋଇ ସିବିଆଇ ରିମାଣ୍ଡରେ ଅଛନ୍ତି 3 ଅଭିଯୁକ୍ତ । ଅଧିକ ପଢନ୍ତୁ

ରେଳବାଇର ଆକ୍ସନ, 7 କର୍ମଚାରୀ ନିଲମ୍ବିତ

ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ବଡ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ । କାର୍ଯ୍ୟରେ ଅବହେଳା ପାଇଁ 7ଜଣ ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତଙ୍କ ସବିଶେଷ ତଥ୍ୟ ଜଣାପଡିନଥିଲେ ସୁଦ୍ଧା ସମାନଙ୍କ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନିସପେକ୍ଟର ଓ ମେଣ୍ଟେନର ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ କରୁଥିବା ସିବିଆଇ 3 ଜଣ କର୍ମଚାରୀଙ୍କୁ ଗିରଫ କରିସାରିଛି । ଏବେ ଗିରଫ ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଜେରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ପୂର୍ବରୁ 3 ଅଧିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ 7 ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଅଧିକାରୀମାନେ ସେଦିନ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଜଣାପଡିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଘଟ କରାଯାଇନାହିଁ । ସିବିଆଇକୁ ରେଳବାଇ ମଧ୍ୟ ସମସ୍ତ ସହଯୋଗ କରୁଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦକ୍ଷିଣ-ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଦାୟିତ୍ବ ନେବା ପରେ ଦୁର୍ଘଟଣା ସ୍ଥାନ ବାହାନଗା ବଜାର ଷ୍ଟେସନ ପରିଦର୍ଶନ କରିବା ସହ ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହ ଗୋପିନାଥପୁର ଷ୍ଟେସନରେ ସ୍ଥିତି ସମୀକ୍ଷା କରିଥିଲେ । କାର୍ଯ୍ୟରେ ଥିବା ଅଧିକାରୀ ସେଦିନ ଅବହେଳା ପ୍ରଦର୍ଶନ କରିଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ:-Balasore Train Accident: 3ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା CBI, 5ଦିନିଆ ରିମାଣ୍ଡରେ ନେଲା ତଦନ୍ତକାରୀ ସଂସ୍ଥା

ପୂର୍ବରୁ ଏହି ଘଟଣାରେ ସିବିଆଇ 3 ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାର ରହିଛନ୍ତି । ଏମାନଙ୍କ ବିରୋଧରେ ଆଇପିସି 304 ଓ 201ରେ ଧାରା ଲାଗୁ କରିଛି ସିବିଆଇ । ସମସ୍ତ 3 ଅଭିଯୁକ୍ତଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ସମାନଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ସିବିଆଇ ଏହି ସମସ୍ତ 3 ଅଭିଯୁକ୍ତଙ୍କୁ ଆଉ 4 ଦିନ ରିମାଣ୍ଡରେ ନେଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ 294 ଜଣଙ୍କ ମୃତ୍ୟୁ ଘଟିସାରିଲାଣି ।

ଇଟିଭି ଭାରତ, ବାଲେଶ୍ୱର

Last Updated :Jul 12, 2023, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.