ETV Bharat / state

ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, ଆଜିବି କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି

author img

By

Published : Apr 25, 2023, 10:51 PM IST

archana nag case
archana nag case

ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲାରେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା । ଅଧିକ ପଢନ୍ତୁ

archana nag case

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା । ଆଜିବି କୋର୍ଟରେ ହାଜର ହେଲେନି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି। ତେବେ ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ। ତେଣୁ ଓକିଲ ଜରିଆରେ ହାଜର ହେବା ନେଇ କୋର୍ଟର ନିୟମ ଅଛି। ସେ ଦୃଷ୍ଟିରୁ ଶ୍ରଦ୍ଧାଞ୍ଜଳି ଓକିଲ କୋର୍ଟ କୁ ଅବଗତ କରାଇଥିଲେ। ଆଉ ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦୁଇ ସପ୍ତାହ ଭିତରେ ମାମଲାର ଶୁଣାଣି ପାଇଁ।

ତେଣୁ ତଳକୋର୍ଟ ବା ପି ଏମ ଏଲ କୋର୍ଟରେ ଏ ନେଇ ଆଜି ଶୁଣାଣି ରହିଥିଲା। ଏହି ଶୁଣାଣିକୁ ନେଇ ଆଜି କୋର୍ଟ ରେ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ସମେତ ଇଡି ପକ୍ଷ ଓକିଲ ନିଜ ନିଜ ମତ ରଖିଥିଲେ। ଉଭୟଙ୍କ ପକ୍ଷକୁ ଓ ଆବେଦନକୁ ବିଚାର କରି କୋର୍ଟ ନିଷ୍ପତି ନେଇଥିଲେ ମଧ୍ୟ ରାୟ ସଂରକ୍ଷିତ ରହିଛି। ୨ ତାରିଖରେ କୋର୍ଟ ବା ବିଚାରପତି ତାଙ୍କ ରାୟ ଶୁଣାଇବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ଓକିଲ ଅଶୋକ ଦାସ। କୋର୍ଟ ୨ ତାରିଖରେ ରାୟ ଶୁଣାଇବା ପରେ ହିଁ ଜଣାପଡିବ ଶ୍ରଧାଞ୍ଜଳିଙ୍କ ଆବେଦନ ଖାରଜ ହୋଇଛିକି ନାହିଁ କି ତାଙ୍କ ସପକ୍ଷରେ ରାୟ ଆସିଛି।

ଏଠାରେ ପ୍ରକାଶ ଥାଉକି, ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଦିନ ପରେ ଦିନ ଗଡି ଚାଲୁଛି। ହେଲେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା। ଅନ୍ୟ ଅଭିଯୁକ୍ତ କୋର୍ଟର ତାରିଖରେ ହିଁ କୋର୍ଟରେ ହାଜର ହେଉଥିବା ବେଳେ ଶ୍ରଦ୍ଧାଞ୍ଜଳି କିନ୍ତୁ ଆସୁନାହାନ୍ତି । ଏହାକୁ ନେଇ ଅନ୍ୟ ଅଭିଯୁକ୍ତ ପ୍ରଶ୍ନ ଉଠାଉଛନ୍ତି।

ତେବେ ସୂଚନା ଅନୁସାରେ ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲାରେ ବ୍ଲାକ ମେଲିଂ ଓ ବେଆଇନ ଅର୍ଥ କାରବାର କୁ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ନେଇ ନୟାପଲ୍ଲୀ ଥାନାର ଅଭିଯୋଗ ପରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା। ଇଡି ମାମଲାରେ ଦୋଷୀ ସବାସ୍ତ୍ୟ ହୋଇଥିଲେ ଶ୍ରଦ୍ଧାଞ୍ଜଳି। କିନ୍ତୁ ବାରମ୍ୱାର କୋର୍ଟ ଙ୍କ ନୋଟିସ ପରେ ବି କୋର୍ଟ ରେ ଉପସ୍ଥିତ ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏହାକୁ ନେଇ ଗତ ୧୯ ତାରିଖ ରେ ସିବିଆଇ କୋର୍ଟରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ହାଜର ହେବା ପରେ ଶ୍ରଦ୍ଧାଞ୍ଜଳି ଙ୍କ ନା ଆଣିଥିଲେ ଅଭିଯୋଗରେ। ଏନେଇ ଗତକାଲି କୋର୍ଟ ରେ ଶୁଣାଣି ଥିଲେ ବି ହାଜର ହେଇନଥିଲେ ଶ୍ରଦ୍ଧାଞ୍ଜଳି। ତେଣୁ ଆଜି ହାଜର ହେବାକୁ ସମୟ ନେଇଥିଲେ ଶ୍ରଦ୍ଧାଞ୍ଜଳି ଙ୍କ ଓକିଲ ହେଲେ ଆଜିବି ହାଜର ହୋଇନଥିଲେ।

ଏନେଇ ଶ୍ରଦ୍ଧାଞ୍ଜଳି ଙ୍କ ଓକିଲ ଅଶୋକ ଦାସ କହିଛନ୍ତି, ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟ ରେ ହାଜର ହେବା ସମ୍ଭବ ନୁହେଁ। ତେଣୁ ଓକିଲ ଜରିଆରେ ହାଜର ହେବା ନେଇ କୋର୍ଟ ର ନିୟମ ଅଛି। ସେ ଦୃଷ୍ଟିରୁ ଆମେ କୋର୍ଟ କୁ ଅବଗତ କରାଇଛୁ। ଆଉ ଏନେଇ ହାଇକୋର୍ଟ ଯେଉଁ ରିମାଣ୍ଡ କରିଥିଲେ ଯେ ୨୦୫ ପିଟିସନ ଉପରେ ପୁନଃ ଶୁଣାଣି କରିବା ପାଇଁ ତାହା ଆଜି ହୋଇଥିଲା । ଉଭୟ ଇଡି ଓ ଶ୍ରଦ୍ଧାଙ୍କ ଓକିଲ ପକ୍ଷ ରଖିଥିଲେ ହିଁ ରାୟ ସଂରକ୍ଷିତ ରହିଛି ।

ସୂଚନା ଥାଉକି , ପୂର୍ବରୁ ଅର୍ଚ୍ଚନା, ଜଗବନ୍ଧୁ , ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳୀ ବେଆଇନ ଅର୍ଥ କାରବାରକୁ ନେଇ ଇଡି ଜେରା କରିଥିଲା। ବେଆଇନ ଅର୍ଥ ରୋଜଗାର ଓ ଅନ୍ୟ କୁ ଠକି ଅର୍ଥ ଉପାର୍ଜନ କରୁଥିବା ନେଇ ପ୍ରମାଣ ପାଇଥିଲା ଇଡି। ଅର୍ଚ୍ଚନା, ଜଗବନ୍ଧୁ , ଖଗେଶ୍ବର ଙ୍କୁ ଇଡି ଗିରଫ କରିଥିବା ବେଳେ ଶ୍ରଦ୍ଧାଞ୍ଜଳି ଧରା ଛୁଆଁ ଦେଉ ନାହାନ୍ତି। ବାରମ୍ବାର ନିଜର ଓକିଲ ବିଭିନ୍ନ ଆଳ ଦେଖାଉଛନ୍ତି କୋର୍ଟକୁ । ଏଥିପାଇଁ ଦିନ ପରେ ଦିନ ଗଡୁଛି ହେଲେ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହେଉନଥିବାରୁ ସିବିଆଇ କୋର୍ଟରେ ଅଭିଯୋଗ କରିଥିଲେ ଅର୍ଚ୍ଚନା। କିନ୍ତୁ ଆଜିବି ଶ୍ରଦ୍ଧାଞ୍ଜଳି ଆସିନାହାନ୍ତି କୋର୍ଟ କୁ । ଅପେକ୍ଷା କେବେ ଶ୍ରଦ୍ଧାଞ୍ଜଳି କୋର୍ଟ ରେ ହାଜିର ହେଉଛନ୍ତି । ଅର୍ଚ୍ଚନା, ଜଗବନ୍ଧୁ , ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳୀଙ୍କୁ ସାମ୍ନା ସାମ୍ନି ହେଉଛନ୍ତି । ନା ତାଙ୍କ ସପକ୍ଷରେ ରାୟ ଆସୁଛି । ଯଦି ସପକ୍ଷରେ ରାୟ ନ ଆସେ ତେବେ ବାରମ୍ବାର କୋର୍ଟର ତାରିଖ ପରେ ହାଜିର ନ ହୋଇଥିବାରୁ ଶ୍ରଦ୍ଧାଞ୍ଜଳି ଓ କୋର୍ଟର ସମୟ ବର୍ବାଦ କରୁଥିବାରୁ ଇନ ବି ଡବ୍ଲ୍ୟୁ ବା ନନ ବେଲେବୁଲ ୱାରେଣ୍ଟି ଜାରି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.