ETV Bharat / state

ବାଘମାରି ଗୁଳିମାଡ଼ ଘଟଣାରେ ୩ ଗିରଫ, ଲୁଟ ଟଙ୍କା ଜବତ

author img

By

Published : Aug 4, 2021, 8:36 PM IST

ଗତ ଜୁଲାଇ 29 ତାରିଖ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ବଜାରରେ ହୋଇଥିବା ଗୁଳିମାଡ ଘଟଣାରେ ୩ ଜଣଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଖୋର୍ଦ୍ଧା ଏସପି । ଅଧିକ ପଢନ୍ତୁ...

ବାଘମାରି ଗୁଳିମାଡ଼ ଘଟଣାରେ ୩ ଗିରଫ, ଲୁଟ ଟଙ୍କା ଜବତ
ବାଘମାରି ଗୁଳିମାଡ଼ ଘଟଣାରେ ୩ ଗିରଫ, ଲୁଟ ଟଙ୍କା ଜବତ

ଖୋର୍ଦ୍ଧା: ଗତ ଜୁଲାଇ 29 ରାତିରେ ବାଘମାରି ବଜାରରେ ହୋଇଥିବା ଗୁଳିମାଡ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାଘମାରି ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର କମଳ ମଙ୍ଗରାଜ କୁମ୍ଭୀଲ ଗ୍ରାମର ଜୀବନ ସୁନ୍ଦରରାୟ ଏବଂ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ବରୁଣ ସାମନ୍ତରାୟ । ପୋଲିସ ସେମାନଙ୍କ ଠାରୁ 7ହଜାର ଟଙ୍କା ଜବତ କରିଥିବାବେଳେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଆହୁରି ୪ ଜଣ ସମ୍ପୃକ୍ତ ଥିବା ଖୋର୍ଦ୍ଧା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାଘମାରି ଗୁଳିମାଡ଼ ଘଟଣାରେ ୩ ଗିରଫ, ଲୁଟ ଟଙ୍କା ଜବତ

ଘଟଣାକ୍ରମ ଅନୁସାରେ, ଗତ ଜୁଲାଇ 29 ତାରିଖ ରାତିରେ ବାଘମାରି ବଜାରର ବ୍ୟବସାୟ କରୁଥିବା ମନମୋହନ ସାମନ୍ତରାୟ ନିଜ ଗ୍ରୋସରୀ ଦୋକାନରୁ 80 ହଜାର ଟଙ୍କା ବ୍ୟାଗରେ ନେଇ ଏକ ମୋପେଡ଼ରେ ଘରକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ଉପରେ ଗୁଳିମାଡ କରିବା ସହ ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ଆଜି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.