ETV Bharat / state

ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ, ତ୍ରୁଟିପୂର୍ଣ୍ଣ ଆଡିବନ୍ଧ ଯୋଗୁଁ ଜମିରେ ମାଡୁନି ପାଣି

author img

By

Published : Aug 2, 2021, 8:43 PM IST

ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ, ତ୍ରୁଟିପୂର୍ଣ୍ଣ ଆଡିବନ୍ଧ ନିର୍ମାଣ ପାଇଁ ଜମିକୁ ମାଡୁନି ପାଣି
ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ତ୍ରୁଟିପୂର୍ଣ୍ଣ ଆଡିବନ୍ଧ ନିର୍ମାଣ ପାଇଁ ଜମିକୁ ମାଡୁନି ପାଣି

ଆଡିବନ୍ଧ ନିର୍ମାଣରେ ତ୍ରୁଟି ଯୋଗୁ ଚାଷ ଜମିକୁ ମାଡୁନି ପାଣି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ...

ଆନନ୍ଦପୁର: ବର୍ଷା ଜଳକୁ ସଂରକ୍ଷିତ କରି ଆଡିବନ୍ଧ ଜରିଆରେ ଚାଷଜମିକୁ ସେଚନର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସରକାରୀ ବାବୁଙ୍କ ମନୋମୁଖୀ କାର୍ଯ୍ୟ ଏବଂ ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ତାହା ଚାଷୀଙ୍କ କାର୍ଯ୍ୟରେ ଲାଗି ପାରୁନଥିବା ଦେଖିବାକୁ ମିଳିଛି । ଏମିତି ଏକ ଅବ୍ୟସ୍ଥା ସାମ୍ନକୁ ଆସିଛି,ଘସିପୁରା ବ୍ଲକ ଅଳତି ପଞ୍ଚାୟତ ବେଲସୁନ୍ଦରୀ ମୌଜାରେ ଥିବା ରାଣୀବେଡା କ୍ଷୂଦ୍ର ଜଳସେଚନ ପ୍ରକଳ୍ପରେ ।

ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ, ତ୍ରୁଟିପୂର୍ଣ୍ଣ ଆଡିବନ୍ଧ ନିର୍ମାଣ ପାଇଁ ଜମିକୁ ମାଡୁନି ପାଣି

ଏହି ପ୍ରକଳ୍ପ ଉପରେ ବିଶେଷ କରି ଜନାର୍ଦ୍ଦନପୁର ପାଟଣା ଓ ପଦନପୁର ପ୍ରଭୁତି ୨ଟି ଗ୍ରାମର ଶହ ଶହ ଏକର ଚାଷଜମି ଜଳ ସେଚିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବନ୍ଧ ମରାମତି ନାଁରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ଥିବାବେଳେ ସୁଇଜ ଗେଟରେ ତ୍ରୁଟି ଯୋଗୁ ଜଳ ସଂରକ୍ଷଣ ବଦଳରେ ବନ୍ଧ ତଳକୁ ବହି ଯାଉଥିବା ଦେଖିବାକୁ ମିଳିଛି ।

ଏଥିନେଇ ଗ୍ରାମର ଅଧିକାଂଶ ଚାଷୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇପାରିନାହିଁ । ଏ ସମ୍ବନ୍ଧରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆନନ୍ଦ ମଣ୍ତଳଙ୍କୁ ପଚାରିବାରେ, ସେ ଏସମ୍ପର୍କରେ ଅଭିଯୋଗ ପାଇଛନ୍ତି , ଯେହେତୁ ସୁଇସ ଗେଟର ତ୍ରୁଟି ଅଛି ,ତେଣୁ ଏହାର ମରାମତି ଦିଗରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।

ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅସିତ ବରଣ ଚକ୍ରବର୍ତ୍ତୀ, ଏହା ମେକାନିକାଲ ଅଧିନରେ ଥିବାରୁ ଖୁବ ଶିଘ୍ର ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିବା ସହ କ୍ୟାମେରା ଆଗରେ ମୁହଁ ଖୋଲିନଥିଲେ । ତେବେ କେବେ ସମସ୍ୟା ପ୍ରତି ପ୍ରଶାସନିକ ଦୃଷ୍ଟି ପଡୁଛି ତାକୁ ଚାଷୀଙ୍କ ଅପେକ୍ଷା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.