ETV Bharat / state

ସପ୍ତାହକୁ 3 ଦିନ ବନ୍ଦ ମା ତାରିଣୀଙ୍କ ଦର୍ଶନ, ଆରଟିପିସିଆର ବାଧ୍ୟତାମୂଳକ

author img

By

Published : Apr 19, 2021, 8:41 PM IST

ସପ୍ତାହକୁ 3ଦିନ ବନ୍ଦ ରହିବ ମା ତାରିଣୀଙ୍କ ଦର୍ଶନ, ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ
ସପ୍ତାହକୁ 3ଦିନ ବନ୍ଦ ରହିବ ମା ତାରିଣୀଙ୍କ ଦର୍ଶନ, ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ

ମା ତାରିଣୀଙ୍କ ଦର୍ଶନ ନେଇ ନୂତନ ଏସଓପି ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ଏଣିକି ସପ୍ତାହରେ 3 ଦିନ ବନ୍ଦ ରହିବ ମା’ଙ୍କ ମନ୍ଦିର । ଅଧିକ ପଢନ୍ତୁ...

କେନ୍ଦୁଝର: ରାଜ୍ୟର ମୁଖ୍ୟ ମନ୍ଦିର ଦର୍ଶନ ନେଇ ଏସଓପି ଜାରି ହେବା ପରେ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ମା ତାରିଣୀଙ୍କ ଦର୍ଶନ ନେଇ ନୂତନ ଏସଓପି ଜାରି କରିଛନ୍ତି । ଏଣିକି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର, ଶନିବାର ଓ ରବିବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଓଡିଶା ବାହାର ଭକ୍ତ ଦର୍ଶନ ପାଇଁ ଆସିଲେ ସାଥିରେ ଗତ ୭୨ ଘଣ୍ଟା ଅବଧିର ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ଅଥବା ଦ୍ଵିତୀୟ ଡୋଜ ଟିକାଦାନର ପ୍ରମାଣପତ୍ର ନେଇଆସିବା ବାଧ୍ୟତାମୂଳକ କରାଯାଇଛି ।

ସପ୍ତାହକୁ 3ଦିନ ବନ୍ଦ ରହିବ ମା ତାରିଣୀଙ୍କ ଦର୍ଶନ, ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ

ସେହିପରି ମାଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ନିଜ ପ୍ରମାଣପତ୍ର (ଆଧାର ବା ଭୋଟର ଆଇଡ଼ି) ନେଇଆସିବା ଜରୁରୀ ବୋଲି ଏସଓପିରେ ଦର୍ଶାଇଛନ୍ତି। ଏହି ଦର୍ଶନ ସମୟରେ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ଭୋଗ ଓ ଦୀପ ଲଗାଇବା ମଧ୍ୟ ବନ୍ଦ କରାଯାଇଛି । ସେହିପରି ଦର୍ଶନ ମଧ୍ୟ ଧାଡି ଅନୁଯାୟୀ ହେବ ବୋଲି କୁହାଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟ ସମସ୍ତ ପ୍ରକାର ଜରୁରୀ ବ୍ୟବସ୍ଥା ଗ୍ରହଣ କରିଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.