ETV Bharat / state

KHERI VIOLENCE, କେନ୍ଦୁଝରରେ ରେଳରୋକ କଲା କୃଷକ ସଂଗଠନ

author img

By

Published : Oct 18, 2021, 2:13 PM IST

KHERI VIOLENCE, କେନ୍ଦୁଝରରେ କୃଷକ ସଂଗଠନର ରେଳରୋକ
KHERI VIOLENCE, କେନ୍ଦୁଝରରେ କୃଷକ ସଂଗଠନର ରେଳରୋକ

ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି କେନ୍ଦୁଝରରେ ରେଳରୋକ କଲେ କୃଷକ ସଂଗଠନ । ଅଧିକ ପଢନ୍ତୁ....

କେନ୍ଦୁଝର: ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା। ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।

KHERI VIOLENCE, କେନ୍ଦୁଝରରେ ରେଳରୋକ କଲା କୃଷକ ସଂଗଠନ

ତିନି କୃଷି ଆଇନକୁ ପ୍ରତ୍ୟାହାର, ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଓ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ଗତ ବ୍ୟବସ୍ଥା ଲାଗୁ କରିବା ଦାବି କରି ଷ୍ଟେସନରେ କୃଷକ ସଂଗଠନ ରେଳରୋକ କରିଛନ୍ତି । ଆଜି ସକାଳ ୧୦ରୁ ଶତାଧିକ କର୍ମୀ ଏହି ରେଳରୋକରେ ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.