ETV Bharat / state

ତେଜିଲା ଆନ୍ଦୋଳନ, ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ

author img

By

Published : Jun 23, 2023, 10:59 PM IST

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ
ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ତେଜିଛି। ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଚେତାବନୀ ଦିଆଯାଇଛି। ଅଧିକ ପଢନ୍ତୁ

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

କେନ୍ଦୁଝର: ରାଜ୍ୟର ବିଭିନ୍ନ ସ୍ତାନରେ ଆଉଟସୋର୍ସିଂ କର୍ମଚାରୀମାନେ ବିକ୍ଷୋଭ କରିଥିବାବେଳେ କେନ୍ଦୁଝରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ତେଜିଛି। ସ୍ଥାୟୀ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରାଜ୍ୟ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀକୁ ଓ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ନିବେଦନ କରାଯାଇଥିଲେ ବି କିଛି ସୁଫଳ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଏହାର ପ୍ରତିବାଦରେ ଗତ ନଭେମ୍ବର ୨୬ତାରିଖ ୨୦୨୨ରେ ମଧ୍ୟ ଏକ ବୃହତ ଗଣ ଆନ୍ଦୋଳନ ଗାନ୍ଧୀ ମାର୍ଗ ଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଯୋଗ ଦେଇଥିଲେ । ଏହି ବୃହତ ଗଣ ଆନ୍ଦୋଳନକୁ ସମ୍ମାନ ଦେଇ ସରକାର ସେମାନଙ୍କୁ ଡାକି ଆଲୋଚନା କରି 1 ମାସ ସମୟ ମାଗିଥିଲେ କିନ୍ତୁ କିଛି ସୁଫଳ ମିଳିଲା ନଥିବା ଅଭିଯୋଗ ହୋଇଛି । ସେଥିପାଇଁ ରାଜ୍ୟ ମହାସଂଘ ତରଫରୁ ଗତ ଫେବୃଆରୀ ୧୮ ତାରିଖରେ ଜାଗର ଜାଳିବା ସହିତ ଗଣଧରଣା କରିବା ପାଇଁ ଲିଖିତ ଦରଖାସ୍ତ ତତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଦେବାପରେ ମଧ୍ୟ ସୁଫଳ ମିଳିନଥିଲା। ସେ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ସମୟ ମାଗିଥିଲେ ମଧ୍ୟ କିଛି କଲେ ନାହିଁ ଓ ଚାକିରୀରୁ ଅବସର ନେଲେ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ଯାହାର ପ୍ରତିବାଦରେ ରାଜ୍ୟରେ ଓ ପ୍ରତି ଜିଲ୍ଲାରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବା ସହ , ମାର୍ଚ୍ଚ ୨୫ , ୨୬ , ଓ ୨୭ ତାରିଖରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରଯାଇଥିଲା । ମାର୍ଚ୍ଚ ୨୭ରେ ଏକ ପ୍ରତିନିଧି ଦଳକୁ ଡାକି ଉନ୍ନୟନ କମିଶନର ଆଲୋଚନା କରି ମାସକ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହାରି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ କୌଣସି ଦାବି ପୂରଣ ନହେବାରୁ ବାଧ୍ୟ ହୋଇ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଥିବା କୁହାଯାଇଛି। ଏହି ଆନ୍ଦୋଳନରେ ଭୁବନେଶ୍ବରରେ ସମସ୍ତ ଅଫିସରେ କାର୍ଯ୍ୟ କରୁଥିବା ଶହ ଶହ ଆଉଟ ସୋର୍ସିଂ କର୍ମଚାରୀ ଯୋଗ ଦେଇଥିଲେ ଓ ଶାନ୍ତିପୂର୍ଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ଏନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ନହୁଏ ଆସନ୍ତା ମାସରେ କାର୍ଯ୍ୟ ବନ୍ଦ ସହିତ ଆନ୍ଦୋଳନକୁ ବ୍ୟାପକ କରାଯିବ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବା ପାଇଁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତୁରନ୍ତ ସ୍ଥାୟୀ ଚାକିରି ସହ ଚାକିରି ନିରାପତ୍ତା, ଛଟେଇ କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଓ ଦରମା ବୃଦ୍ଧି ଆଦି ଦାବି ରହିଛି।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.