ETV Bharat / state

ଯୁବକଙ୍କୁ ପିଟିପିଟି ହତ୍ୟା, ୨ ଗିରଫ

author img

By

Published : Apr 26, 2022, 1:12 PM IST

Updated : Apr 26, 2022, 1:49 PM IST

murdered at manoharpur village in keonjhar
ଯୁବକଙ୍କୁ ପିଟି ପିଟି ହତ୍ୟା, ୨ ଗିରଫ

ଯୁବକଙ୍କୁ ଲୁହାଛଡ଼ରେ ପିଟି ପିଟି ହତ୍ୟା । ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଯୁବକଙ୍କୁ ଲୁହାଛଡ଼ରେ ପିଟିପିଟି ହତ୍ୟା । ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ । ହତ୍ୟାକାଣ୍ଡରେ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

ଯୁବକଙ୍କୁ ପିଟିପିଟି ହତ୍ୟା, ୨ ଗିରଫ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଏକ ପୋଖରୀ ନିକଟରେ ବସିଥିବାବେଳେ 4ଜଣ ଦୁର୍ବୃତ୍ତ କାରରେ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଲୁହାଛଡ଼ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଠିକାଦାର କାମକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ମୃତକ ଯୁବକ ଜଣଙ୍କ ମନୋହରପୁର ଗ୍ରାମର ଭାଗ୍ୟଧର ଘଣା ବୋଲି ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Apr 26, 2022, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.