ETV Bharat / state

ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡିତା ଓ ପରିବାର

author img

By

Published : Jun 17, 2021, 7:04 PM IST

Updated : Jun 17, 2021, 8:03 PM IST

ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡିତା ଓ ପରିବାର
ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡିତା ଓ ପରିବାର

ପୁଣି ଅଡ଼ୁଆରେ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର । ଥାନାରେ ଏତଲା ହେବା ସହ ଏସପିଙ୍କୁ ସୁରକ୍ଷା ମାଗିଲେ ପୀଡିତା । ଅଧିକ ପଢନ୍ତୁ...

କେନ୍ଦୁଝର : ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ଏଥର ଦେବାଶିଷଙ୍କ ବିରୋଧରେ ସିଧା ସଳଖ ଆସିଛି ଅଭିଯୋଗ । ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଧର୍ଷଣ ହୋଇଥିବା ନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ବିଧାୟକ ବଦ୍ରିପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଖୋଲାଖୋଲି ଏତଲା ପ୍ରତ୍ୟାହାର ଧମକ ଦେଇଥିବାର ଏକ ଅଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେବାଶିଷ ଯୁବତୀଙ୍କ ପରିବାର ଉପରେ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିବା ନେଇ ପୀଡିତା ଓ ତାଙ୍କ ଭାଇ କହିଛନ୍ତି ।

ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡିତା ଓ ପରିବାର

ସେପଟେ ଅଡିଓ ଭାଇରାଲ ହେବା ପରେ ଗତକାଲି କିଛି ଦୁର୍ବୃତ୍ତ ରାତି ଅଧରେ ପୀଡ଼ିତାଙ୍କ ଘର ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ଦେବାଶିଷଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଆଜି ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଆଜି ପୀଡିତା ଓ ତାଙ୍କ ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସୁରକ୍ଷା ଦାବି କରିଛନ୍ତି । ଏହି ଘଟଣାରେ ବିଜେପି ମଧ୍ୟ ପୀଡିତାଙ୍କୁ ସୁରକ୍ଷା ଦାବି କରିବା ସହ ବିଧାୟକଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡିତା ଏସପିଙ୍କୁ ଭେଟିବା ପରେ ପୀଡିତାଙ୍କୁ ସୁରକ୍ଷା ଯୋଗାଇବା ବ୍ୟବସ୍ଥା ଗ୍ରହଣ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କେନ୍ଦୁଝର ଏସପି ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated :Jun 17, 2021, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.