ETV Bharat / state

କାଲିଠୁ ରାଜ୍ୟରେ ଲକଡାଉନ ଆରମ୍ଭ, ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ

author img

By

Published : May 4, 2021, 7:33 PM IST

କାଲିଠୁ ରାଜ୍ୟରେ ଲକଡାଉନ ଆରମ୍ଭ, କଡାକଡି ପାଳନ ନେଇ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ
କାଲିଠୁ ରାଜ୍ୟରେ ଲକଡାଉନ ଆରମ୍ଭ, କଡାକଡି ପାଳନ ନେଇ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ

ଆସନ୍ତାକାଲି ଠାରୁ କୋଭିଡ଼-19 କୁ ନେଇ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି 14 ଦିନିଆ ଲକଡାଉନ । ସମ୍ପୂର୍ଣ୍ଣ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କେନ୍ଦୁଝର: ଆସନ୍ତାକାଲି ଠାରୁ କୋଭିଡ ସଂକ୍ରମଣକୁ ନେଇ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି 14 ଦିନିଆ ଲକଡାଉନ । କେନ୍ଦୁଝର ଜିଲ୍ଲାରେ କିପରି ରହିବ ଲକ ଡାଉନ ସମୟରେ ରୂପରେଖ,ତାକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଯଥାରେ ବାହାନା ଦେଖାଇ ବଜାରକୁ ଆସି ସଂକ୍ରମଣ ବୃଦ୍ଧିର କାରଣ ପାଳିଟିଥିବା ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ସହ ଲୋକଙ୍କୁ ତାଲା ବନ୍ଦନେଇ ଅଯଥା ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

କାଲିଠୁ ରାଜ୍ୟରେ ଲକଡାଉନ ଆରମ୍ଭ, କଡାକଡି ପାଳନ ନେଇ ପ୍ରସ୍ତୁତ କେନ୍ଦୁଝର ଜିଲ୍ଲା ପ୍ରଶାସନ

ଏହି ସମୟରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ଚେଷ୍ଟା କରିବ ।ଲୋକଙ୍କ ଜୀବନ ଜୀବିକା କିପରି ବାଧାପ୍ରାପ୍ତ ନହୁଏ ସେନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏହି ବାହାନାରେ ବ୍ୟବସାୟୀମାନେ କଳାବଜାରୀ କିପରି ନକରିବେ କିମ୍ବା ଯିଏ କରିବ ସେନେଇ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି କୌଣସି ଅସୁସ୍ଥ ବ୍ୟକ୍ତି ଜିଲ୍ଲା କିମ୍ବା ଜିଲ୍ଲା ବାହାରର ଚିକିତ୍ସାଳୟ ଯିବା ସମୟରେ ରୋଗ ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ନେଇ ଗଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହଁ ବୋଲି ଜିଲ୍ଲାପାଳ ଦୁଢୋକ୍ତି ପ୍ରକାଶ କରିଛନ୍ତି । ଏନେଇ କୌଣସି ପାସର ଆବଶ୍ୟକତା ନଥିବା ମଧ୍ୟ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.