ETV Bharat / state

ସଟଡାଉନ ନିୟମାବଳୀ ନେଇ ଘୋଷଣା କଲେ ଜିଲ୍ଲାପାଳ

author img

By

Published : Jul 1, 2020, 10:03 PM IST

collector
ସଟଡାଉନ ନିୟମାବଳୀ ନେଇ ଘୋଷଣା କଲେ ଜିଲ୍ଲାପାଳ

ସରକାର କେନ୍ଦୁଝର ଜିଲ୍ଲାକୁ ସପ୍ତାହିକ ଦୁଇ ଦିନ ସଟଡାଉନ ଘୋଷଣା କରିଛନ୍ତି । ଏହି ନିୟମ ଜୁଲାଇ ମାସ ପର୍ଯ୍ୟନ୍ତ ଲାଗୁ ରହିବ ।

କେନ୍ଦୁଝର: ଆଜି(ବୁଧାବାର) ଠାରୁ ସାରା ଭାରତରେ ଅନଲକ-୨ ଘୋଷଣା କରାଯାଇଛି । ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଅନଲକ-୨ କୁ ନେଇ ନିୟମାବଳୀ ଘୋଷଣା କରାଯାଇଛି । ଏହି ଘୋଷଣାରେ ସରକାର କେନ୍ଦୁଝର ଜିଲ୍ଲାକୁ ସପ୍ତାହିକ ଦୁଇ ଦିନ ସଟଡାଉନ ଘୋଷଣା କରିଛନ୍ତି । ଏହି ନିୟମ ଜୁଲାଇ ମାସ ପର୍ଯ୍ୟନ୍ତ ଲାଗୁ ରହିବ ।

ସଟଡାଉନ ନିୟମାବଳୀ ନେଇ ଘୋଷଣା କଲେ ଜିଲ୍ଲାପାଳ

ବୁଧବାର କେନ୍ଦୁଝର ଜିଲ୍ଲାପାଳ ଏହି ଦୁଇ ଦିନିଆ ସଟଡାଉନ ନେଇ ନିୟମାବଳୀ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶିଷ ଠାକରେ ଏହି ଦୁଇ ଦିନିଆ ସଟଡାଉନ ସପ୍ତାହରେ ଶନିବାର ଓ ରବିବାର ଲାଗୁହେବ ବୋଲି ଘୋଷଣା କରିଛନ୍ତି । ଏହି ନିୟମକୁ କଡାକଡି କରାଯିବା ସହ ସମସ୍ତ ଅତ୍ୟାବଶ୍ୟକ ଜିନିଷ ଦୋକାନ ଛଡା ଅନ୍ୟ ଦୋକାନ ଏହି ସଟଡାଉନ ସମୟରେ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।

ଅନ୍ୟ 5 ଦିନ ସପ୍ତାହରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ମାନିବାକୁ ବାଧ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ସମସ୍ତ ନିୟମକୁ କଡାକଡି ପାଳନ କରାଯିବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.