ETV Bharat / state

ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ

author img

By ETV Bharat Odisha Team

Published : Nov 22, 2023, 7:31 PM IST

District level Job Fair made disappointment: କେନ୍ଦୁଝର ଜିଲ୍ଲା ପ୍ରଶାସନ, ଓଡ଼ିଶା ସରକାର ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ନଭେମ୍ବର ୨୨ ଓ ୨୩ ତାରିଖ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଅଛି । କିନ୍ତୁ ନିଯୁକ୍ତି ପାଇବା ଆଶାରେ ଆସିଥିବା ଯୁବକ ଯୁବତୀଙ୍କ ମାନଙ୍କ ମଧ୍ୟରେ ନିରାଶା ।

ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ
ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ

ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ

କେନ୍ଦୁଝର: ରାଜ୍ୟ ସରକାର ଯୁବକ ଯୁବତୀଙ୍କ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି । ଯୁବକ ଯୁବତୀଙ୍କୁ ଦକ୍ଷତା ସମ୍ପନ୍ନ କରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ସ୍କିଲ ଡେଭେଲପମେଣ୍ଟ ପ୍ରାଧିକରଣ ଗଠନ କରିଛନ୍ତି । ଏହାଦ୍ବାରା ରାଜ୍ୟର ଶତାଧିକ ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେଇଥିବା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି । ଏହା ସହ ବିଭିନ୍ନ ବେସରକାରୀ ଅନୁଷ୍ଠାନ, କମ୍ପାନୀ ଗୁଡ଼ିକରେ ବେକାର ଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି । କିନ୍ତୁ ଏହି ମେଳା ନିଯୁକ୍ତି ବଦଳରେ ହତାଶ ଆଶା ନେଇ ଫେରୁଥିବା ଅଭିଯୋଗ ହୋଇଛି ।

କେନ୍ଦୁଝର ଜିଲ୍ଲା ପ୍ରଶାସନ, ଓଡ଼ିଶା ସରକାର ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ନଭେମ୍ବର ୨୨ ଓ ୨୩ ତାରିଖ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଅଛି । ଏହି ମେଳାରେ ୧୪ ରୁ ୪୫ ବର୍ଷ ମଧ୍ୟରେ ପଞ୍ଚମ ପାସ କରିଥିବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ନେଇ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା, ୮ ସପ୍ତାହ ମଧ୍ୟରେ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ NHRCଙ୍କ ନିର୍ଦ୍ଦେଶ

ଆଜିର ନିଯୁକ୍ତି ମେଳାରେ ଜିଲ୍ଲାର କିଛି କମ୍ପାନୀ ସହ ୩୦ ଜଣ ନିଯୁକ୍ତିଦାତା ଅନୁଷ୍ଠାନ ଏହି ମେଳାରେ ଯୋଗ ଦେଇଛନ୍ତି । ନିଯୁକ୍ତି ପାଇବା ପାଇଁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ଯୁବକ ଯୁବତୀ ଏହି ମେଳାକୁ ଆସିଥିଲେ । ନିୟମ ଅନୁଯାୟୀ ନିଜ ବ୍ଲକ ଅନୁଯାୟୀ ପଞ୍ଜିକରଣ ପରେ ନିଜ ଶିକ୍ଷା ଅନୁସାରେ କମ୍ପାନୀ କାଉଣ୍ଟର ଗୁଡ଼ିକରେ ଫର୍ମ ଦାଖଲ କରିଥିଲେ । କିନ୍ତୁ ଜିଲ୍ଲାରେ କାର୍ଯ୍ୟରତ ଖଣି କମ୍ପାନୀ ମାନେ ନୂତନ ଶିକ୍ଷା ସମାପ୍ତ କରିଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ଅମଙ୍ଗ ହୋଇଥିବା ଅଭିଯୋଗ ହୋଇଛି ।

କମ୍ପାନୀ ନିଯୁକ୍ତିଦାତା ମାନେ ନୂତନ ଶିକ୍ଷା ସମାପ୍ତ କରିଥିବା ଯୁବକ ଯୁବତୀ ବଦଳରେ ପୂର୍ବରୁ ଅଭିଜ୍ଞତା ଥିବା ଯୁବକ ଯୁବତୀ ଖୋଜୁଥିବା ଦେଖାଯାଇଥିଲା । ଏନେଇ ନିଯୁକ୍ତି ପାଇବା ଆଶାରେ ଆସିଥିବା ଯୁବକ ଯୁବତୀଙ୍କ ମାନଙ୍କ ମଧ୍ୟରେ ନିରାଶା ଭାବ ଦେଖା ଦେଇଥିବା ବେଳେ ତାଙ୍କ ସହ ଆସିଥିବା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିଜ ଜମି ଦେବା ପରେ ମଧ୍ୟ ନିଯୁକ୍ତି ମେଳାରେ ନିଯୁକ୍ତି ନ ପାଇବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଭାବକ ।

ସେପଟେ କମ୍ପାନୀ ନୀତି ଅନୁସାରେ ନିଯୁକ୍ତି ଦେଇଥିବା ନେଇ ସ୍ବୀକାର କରିଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲାର ବେକାର ଯୁବକ ଯୁବତୀ ଦକ୍ଷତା ସମ୍ପନ୍ନ ହୋଇ ନଥିବା ବେଳେ ଏଭଳି ଅସୁବିଧା ହେଉଥିବା କହିଛନ୍ତି ଅଧିକାରୀ । ବିଗତ ବର୍ଷ କେତେ ସଂଖ୍ୟକ ଯୁବକ ଯୁବତୀଙ୍କୁ ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା କିଛି ପ୍ରମାଣ ପତ୍ର ବିଭାଗ ପକ୍ଷରୁ ପ୍ରକାଶିତ ହୋଇନଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ । ସେହିପରି କଂଗ୍ରେସ ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚିବାକୁ ଯାଇ ଏଭଳି ପ୍ରହସନ ଚଳାଇଥିବା ଅଭିଯୋଗ କରିଛି ।

ଇଟିଭି ଭାରତ , କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.