ETV Bharat / state

କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା, ୮ ସପ୍ତାହ ମଧ୍ୟରେ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ NHRCଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 22, 2023, 7:17 AM IST

କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା
କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା

କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲାରେ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ NHRC ଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସାରେ ଅବହେଳା ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜିଲ୍ଲାରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା । ୮ ସପ୍ତାହ ମଧ୍ୟରେ ଉଚିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ତଥ୍ୟ ଅନୁଯାୟୀ ମାତ୍ର ୫ ମାସ ମଧ୍ୟରେ ରୋଗରେ ପଡ଼ି ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ 6 ବର୍ଷର ଶିଶୁ । ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା
କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା

କେନ୍ଦୁଝର ବଂଶପାଳ ବ୍ଲକ ଜନ୍ତାରି ଗାଁରେ ଗତ କିଛି ମାସ ମଧ୍ୟରେ ଅନେକ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେବେ ଅଜଣା ରୋଗର ଶିକାର ହୋଇ ୫ ମାସ ମଧ୍ୟରେ ଶିଶୁ ସମେତ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ଜୀବନ ଯାଇଥିବା ସୂଚନା ରହିଛି । ତେବେ ଲୋକମାନେ ସଚେତନ ନଥିବା ବେଳେ ସେମାନଙ୍କ ନିକଟକୁ ପ୍ରଶାସନ ମଧ୍ୟ ସମୟରେ ପହଞ୍ଚି ପାରିନଥିଲା । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଅପହଞ୍ଚ ସ୍ୱାସ୍ଥ୍ୟ ସେବାକୁ ଏହି ଅଘଟଣ ପାଇଁ ଦାୟୀ କରିଥିଲେ ସ୍ଥାନୀୟ ଲୋକେ ।

ଏହାମଧ୍ୟ ପଢନ୍ତୁ...ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ ମେଡିକାଲ ସହ ପ୍ରଶାସନିକ ଟିମ

ତେବେ ଏହି ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାଁଠାରୁ 15 କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଓ 40 କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ତେବେ ଏତେ ଦୂରରେ ହସ୍ପିଟାଲ ଥିବାରୁ ଲୋକମାନେ ସଠିକ ସମୟରେ ଏଠାକୁ ଆସିପାରୁ ନାହାଁନ୍ତି । ଯାହା ଫଳରେ କି ସ୍ୱାସ୍ଥ୍ୟଗତ କାରଣରୁ ଅକାଳରେ ସେମାନଙ୍କ ମୃତ୍ୟୁ ଘଟୁଛି । ଏବେବି ଏଠାରେ 10ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସଠିକ ଭାବରେ ଚିକିତ୍ସା କରନ୍ତି ନାହିଁ । ଅନେକ ସମୟରେ ଛୁଟିରେ ରହିଥାଆନ୍ତି । ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଏହି ଅଞ୍ଚଳକୁ ଯିବାକୁ ମଧ୍ୟ ଅମଙ୍ଗ ହୋଇଥାନ୍ତି । ବାରମ୍ବାର ରୋଗରେ ପଡିବା ପରେ ଚିକିତ୍ସାରେ ଅବହେଳା ପାଇଁ ଜୁଆଙ୍ଗ ଆଦିବାସୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଜାତୀୟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏନେଇ ଏକ ପିଟିସନ ଦାଖଲ କରିଥିଲେ । ଏହାକୁ ବିଚାର କରି ଜାତୀୟ ମାନବାଧିକାର କମିଶନ ୮ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.