ETV Bharat / state

ଚାଷୀଙ୍କ ହକ ପାଇଁ ଦାବିପତ୍ର ଦେଲା ବିଜେପି

author img

By

Published : May 24, 2021, 12:43 PM IST

ଚାଷୀଙ୍କ ହକ ପାଇଁ ଦାବିପତ୍ର ଦେଲା ବିଜେପି
ଚାଷୀଙ୍କ ହକ ପାଇଁ ଦାବିପତ୍ର ଦେଲା ବିଜେପି

କେନ୍ଦୁଝର ଜିଲ୍ଲାର ଚାଷୀଙ୍କୁ ରବି ଚାଷରେ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାର ଅନେକ ଅଞ୍ଚଳରେ ରବି ଫସଲ ଚାଷ କରାଯାଇଛି । ବର୍ତ୍ତମାନ ଧାନ ଉତ୍ପାଦନ ସରି ଯାଇଥିବା ବେଳେ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରି ପାରୁ ନାହାନ୍ତି । ଗତ ବର୍ଷ ଖରିଫ ୠତୁରେ ଭଲ ଚାଷ କରି ଭଲ ଉତ୍ପାଦନ କରିଥିଲେ ସୁଦ୍ଧା ଚାଷୀ ଟୋକନରେ ଏପଟ ସେପଟ ହୋଇ ଧାନ ବିକ୍ରି କରି ପାରିଲା ନାହିଁ ।

ଚାଷୀଙ୍କ ହକ ପାଇଁ ଦାବିପତ୍ର ଦେଲା ବିଜେପି

ଫଳରେ ଏଥିରେ ଖର୍ଚ୍ଚ କରିଥିବା ଟଙ୍କା ମୂଲ୍ୟ ପାଇପାରିଲା ନାହିଁ ଚାଷୀ । ଏଭଳି ସ୍ଥିତିରେ ଜିଲ୍ଲାର ଚାଷୀଙ୍କୁ ରବି ଚାଷରେ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ଜଳସେଚନ ସୁବିଧାକୁ ତୁରନ୍ତ ତ୍ବରାନ୍ବିତ କରିବା ମଧ୍ୟ ଦାବି କରିଛି ବିଜେପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.