ETV Bharat / state

ପାଠ୍ୟକ୍ରମରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଅପମାନ, କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିପତ୍ର ଦେଲା ବିଶ୍ବ ହିନ୍ଦୁ ପରିଷଦ

author img

By ETV Bharat Odisha Team

Published : Nov 13, 2023, 6:26 PM IST

Updated : Nov 13, 2023, 8:20 PM IST

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଅପମାନ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଅପମାନ

ଓଡିଆ ପ୍ରଶ୍ନପତ୍ରରେ ରାମଚନ୍ଦ୍ରଙ୍କୁ କରାଯାଇଛି ଅପମାନ । ଏଭଳି ଅଭିଯୋଗ ଆଣି ଆନ୍ଦୋଳନ ମୁହାଁ ହୋଇଛି ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ

ପାଠ୍ୟକ୍ରମରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଅପମାନ,

କେନ୍ଦୁଝର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପାଠ୍ୟକ୍ରମର ପ୍ରଶ୍ନ ପତ୍ରରେ ପ୍ରଭୁ ରାମଚନ୍ଦ୍ରଙ୍କୁ କରାଯାଇଛି ଅପମାନ ! ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଘୃଣାଭାବ ସୃଷ୍ଟି କରାଇବାକୁ ହୀନ ଉଦ୍ୟମ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିବା ସହ ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କେନ୍ଦୁଝର ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ।

ସୂଚନା ଅନୁଯାୟୀ, ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୦୨୩-୨୪ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଷଷ୍ଠ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ରର ଏକ ଅନୁଚ୍ଛେଦ ସମ୍ବଳିତ ପ୍ରଶ୍ନର ଅନୁଚ୍ଛେଦରେ ଲେଖାଯାଇଥିଲା," କଳ୍ପନା ପ୍ରସ୍ତୁତ ଅତୀତର ରାମରାଜ୍ୟ କଥା ଉଦ୍ଧାର କରି ଏମାନେ ପୁଣି ରାମରାଜ୍ୟକୁ ଫେରିଯିବାକୁ ଚାହାନ୍ତି । ପ୍ରଥମତଃ ଅତୀତରେ ରାମରାଜ୍ୟ ନଥିଲା ଖାଲି ପଶ୍ଚାତ୍ମୁଖୀ ପରାଜିତ ଲୋକଙ୍କ ରଙ୍ଗୀନ ଚଷମା ଭିତରେ ଦେଇ ଏହା ଦେଖା ଦିଏ । ଦ୍ବିତୀୟତଃ ଆଧୁନିକ ଯୁଗର ଦୋଷାବଳୀ ଏମାନଙ୍କ ଆଖିରେ ଅତି ରଞ୍ଜିତ ହୋଇ ଦେଖାଯାଏ ଓ ତାହାର ଉପକାରିତା ଏମାନେ ପୁରାପୁରି ଭୁଲିଯାନ୍ତି । ଏହା ନିରାଶବାଦୀ ହୋଇଥିବାରୁ ଭବିଷ୍ୟତ ପ୍ରତି ..." । ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏଭଳି ଅନୁଚ୍ଛେଦକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..Nuh violence: 28ରେ ପୁଣି ‘ବ୍ରଜମଣ୍ଡଳ ଯାତ୍ରା’ ଆୟୋଜନ ଘୋଷଣା କଲା ବିଶ୍ବ ହିନ୍ଦୁ ପରିଷଦ

ଏହାକୁ ନେଇ ଘୋର ବିରୋଧ କରିଛି ବିଶ୍ଵ ହିନ୍ଦୁ ପରିଷଦ। "ପ୍ରଭୁ ରାମଚନ୍ଦ୍ର ହିନ୍ଦୁ ଧର୍ମର ଆରାଧ୍ୟ ଦେବତା । ଆଉ କିଛି ଦିନ ପରେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶରେ ଖୁସିର ମହୋଲ ସୃଷ୍ଟି ହୋଇଛି। ଏହି ସମୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ନେଇ ହୀନ ଚକ୍ରାନ୍ତ କରାଯାଉଥିବା" ଅଭିଯୋଗ କରିଛି ବିଶ୍ଵ ହିନ୍ଦୁ ପରିଷଦ ।

ଏନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ବ୍ୟକ୍ତ କରିଛି ବିଶ୍ଵ ହିନ୍ଦୁ ପରିଷଦ । ଆଜି କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କମିଟିର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ହିନ୍ଦୁ ଭାବନାକୁ କୁଠାରଘାତ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏହି ପ୍ରଶ୍ନ ପତ୍ରରେ ତ୍ରୁଟି ନେଇ ବିଜେପି ମଧ୍ୟ ବିରୋଧ କରିଛି ।

ଇଟିଭି ଭାରତ,କେନ୍ଦୁଝର

Last Updated :Nov 13, 2023, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.