ETV Bharat / state

ଆସନ୍ତାକାଲି 12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା

author img

By

Published : Jul 16, 2019, 9:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବଣିକ ସଂଘ ସଭାପତି ତଥା ହିନ୍ଦୁ ଜାଗରଣ ସାମୁଖ୍ୟର ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡରେ ଆସନ୍ତାକାଲି ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବଂ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯାଇଛି।

କେନ୍ଦ୍ରାପଡା: ଆସନ୍ତାକାଲି 12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବି କରି ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବଂ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନାନୁସାରେ, ଗତ ୧୩ତାରିଖ ରାତିରେ ବଣିକ ସଂଘ ସଭାପତି ତଥା ହିନ୍ଦୁ ଜାଗରଣ ସାମୁଖ୍ୟର ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ ହୋଇଥିଲା। ତାଙ୍କ ପେଟରେ ଦୁଇଟି ଗୁଳି ବାଜିଥିବାରୁ ସେ ତଳେ ପଡିଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ଘଟଣାକୁ ତିନିଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଘଟଣାର ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବାର ଦେଖିବା ପରେ ମଧ୍ୟ ପୋଲିସ ସାଜିଛି ନୀରବଦ୍ରଷ୍ଟା । ପୋଲିସର ଏଭଳି ନୀରବତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସହର ବଜାର କମିଟି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ବିଶ୍ବ ହିନ୍ଦୁ ପରିଷଦ, ଧର୍ମ ସୁରକ୍ଷା ମଞ୍ଚ, ବଜରଙ୍ଗ ଦଳ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି କରିପାରିନଥିବା ଅଭିଯୋଗ ହୋଇଛି। ବିପର୍ଯ୍ୟସ୍ତ ହୋଇପଡିଛି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି। ଫଳରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଆସନ୍ତାକାଲି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଅନ୍ୟପଟେ ପାଟକୁରା ନିର୍ବାଚନ ଥିବାରୁ ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଥିବାରୁ ଚିନ୍ତାରେ ପଡିଯାଇଛି ପୋଲିସ । ସେପଟେ ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.07.2019
Radhakanta Mohanty,Kendrapada
Slug-od_kpr_04_preasmeet_script_7204459
Anchor- କେନ୍ଦ୍ରାପଡା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିଭିନ୍ନ ହିନ୍ଦୁ ସଂଗଠନ ଓ ବଣିକ ସଂଘ ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଗତ ୧୩ତାରିଖ ରାତିରେ ବଣିକ ସଂଘ ସଭାପତି ତଥା ହିନ୍ଦୁ ଜାଗରଣ ସାମୁଖ୍ୟର ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳି ମାଡ କରିଥିଲେ । ତାଙ୍କ ପେଟରେ ଦୁଇଟି ଗୁଳି ମାଡ ହୋଇ ତଳେ ପଡି ଯାଇଥିବା ବେଳେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତିନିଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିବାର ଦୃଶ୍ୟ ଦେଖି ମଧ୍ୟ ପୋଲିସ ନିରବ । ଏନେଇ କେନ୍ଦ୍ରାପଡା ସହର ବଜାର କମିଟି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ବିଶ୍ବ ହିନ୍ଦୁ ପରିଷଦ, ଧର୍ମ ସୁରକ୍ଷା ମଞ୍ଚ, ବଜରଙ୍ଗ ଦଳ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜି ସୁଦ୍ଧା ପୋଲିସ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି କରି ପାରୁନି, ତେଣୁ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ବିଭିନ୍ନ ହିନ୍ଦୁ ସଂଗଠନ , ସହରର ବିଭିନ୍ନ ପୂଜା କମିଟି ଓ ବଜାର କମିଟି ପକ୍ଷରୁ ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଅନ୍ୟ ପକ୍ଷରେ ପାଟକୁରା ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର ଗସ୍ତ ଏବେ ପୋଲିସ ଚିନ୍ତାରେ ପଡିଯାଇଛି । ଆସନ୍ତାକାଲି କେନ୍ଦ୍ରାପଡା ୧୨ଘଣ୍ଟିଆ ବନ୍ଦ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ।
Body:ବାଇଟ୍-ଗୋପୀନାଥ ତ୍ରିପାଠୀ (କାର୍ଯ୍ୟକାରୀ ସଭାପତି,ବଜାର କମିଟି)Conclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.