ETV Bharat / state

ବାଲିଆ ବାଣ ବିସ୍ଫୋରଣ: ୩ ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫଦାରୀରୁ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ

author img

By

Published : Nov 25, 2022, 10:23 PM IST

ବାଲିଆ ବାଣ ବିସ୍ଫୋରଣ: ୩ ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫଦାରୀରୁ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ
ବାଲିଆ ବାଣ ବିସ୍ଫୋରଣ: ୩ ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫଦାରୀରୁ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ

କେନ୍ଦ୍ରାପଡା ବାଲିଆ ବଜାର ବାଣ ବିସ୍ପୋରଣ ଘଟଣାରେ ୩ ଗିରଫ । ପୋଲିସ ନିଜ ଦୋଷ ଏବଂ ଚାକିରି ବଞ୍ଚାଇବାକୁ ଯାଇ ନିରୀହ ଲୋକଙ୍କୁ ଗିରଫ କରିଛି ବୋଲି ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା: ସଦର ଥାନା ଅଧିନ ବାଲିଆ ବଜାର ବାଣ ବିସ୍ପୋରଣ ଘଟଣାରେ ୩ ଗିରଫ । ୩ ଜଣଙ୍କୁ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ସଦର ଥାନା ପୋଲିସ । ସଦର ଥାନା ସବ ଇନ୍ସପେକ୍ଟର ବିଶ୍ବଭୂଷଣ ସାହାଣୀଙ୍କ ଅଭିଯୋଗ ଆଧାରରେ ଶ୍ରମିକ ସଙ୍ଘ ପୂଜା କମିଟିର ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲ୍ଲିକ, ଅରକ୍ଷୀତ ମଲ୍ଲିକ ଓ ଚିଲୁ ଦାସ ବୋଲି ଜଣାପଡ଼ିଛି ।

ବାଲିଆ ବାଣ ବିସ୍ଫୋରଣ: ୩ ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫଦାରୀରୁ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ

କେନ୍ଦ୍ରାପଡା ସଦର ଥାନା ଅଅନ୍ତର୍ଗତ ବାଲିଆ ବଜାର ବାଣ ବାଣ ବିସ୍ପୋରଣ ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ବିରୋଧରେ IPC ଧାରା ୨୮୬, ୩୩୭, ୩୩୮, ୧୦୯, Fire work and loud speaker act ୫ ଏବଂ Explosive Substance act ୩ ଓ ୫ରେ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ଶ୍ରମିକ ସଙ୍ଘ ପୂଜା କମିଟିର ସଦସ୍ୟ ବୋଲି ଜଣାପଡିଛି । ଏହି ଘଟଣାରେ ୨ ବାଣୁଆଙ୍କ ସମେତ ଶ୍ରମିକ ସଙ୍ଘ ପୂଜା କମିଟିର ମୋଟ ୧୦ ଜଣଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ୨ ବାଣୁଆଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟଜଣେ ବାଣୁଆ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ସେହିପରି ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ପୋଲିସ ଅଟକ ରଖିଥିବା ୮ ଜଣଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି । ଅନ୍ୟପଟେ ପୋଲିସ ନିଜ ଦୋଷ ଲୁଚାଇବା ଏବଂ ନିଜ ଚାକିରି ବଞ୍ଚାଇବାକୁ ଯାଇ ନିରୀହ ଲୋକଙ୍କୁ ଗିରଫ କରିଛି ବୋଲି ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି । ବିନା ଦୋଷରେ ଦିବ୍ୟାଙ୍ଗ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି ବୋଲି ଅଭିଯୁକ୍ତ ଚିଲୁ ଦାସଙ୍କ ପତ୍ନୀ କହିଛନ୍ତି । ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। SDJM ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ଖାରଜ କରିବାରୁ ସମସ୍ତଙ୍କୁ କେନ୍ଦ୍ରାପଡ଼ା ଉପ କାରାଗାରକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.