ETV Bharat / state

କେନ୍ଦ୍ରାପଡାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି, କଂଗ୍ରେସ 6 ଘଣ୍ଟିଆ ରେଳରୋକ

author img

By

Published : Nov 10, 2021, 1:22 PM IST

କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ମାଲବାହୀ ଟ୍ରେନ ଅଟକ
କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ମାଲବାହୀ ଟ୍ରେନ ଅଟକ

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆଜି(ବୁଧବାର) ୬ ଘଣ୍ଟିଆ ମାଲବାହୀ ରେଳରୋକ କରିଛି କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆଜି(ବୁଧବାର) ୬ ଘଣ୍ଟିଆ ମାଲବାହୀ ରେଳରୋକ କରିଛି କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ । ହରିଦାସପୁର-ପାରାଦ୍ବୀପ ରେଳପଥରେ ଗତବର୍ଷ ଅଗଷ୍ଟ ମାସରୁ ମାଲବାହୀ ରେଳ ଚଳାଚଳ କରୁଥିବା ବେଳେ ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନନେବାକୁ ଜୋରଦାର ବିରୋଧ କରିଛି କଂଗ୍ରେସ । ଏନେଇ ଆଜି ଗୋପ ସ୍ଥିତ କେନ୍ଦ୍ରାପଡ଼ା ରେଳଷ୍ଟେସନରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ଶହଶହ କଂଗ୍ରେସକର୍ମୀ ମାଲବାହୀ ରେଳ ଅଟକ ରଖି କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବକୁ ସମାଲୋଚନା କରିବା ସହ ସରକାର ବିରୋଧରେ ନାରାବାଜି କରିଛନ୍ତି ।

କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ମାଲବାହୀ ଟ୍ରେନ ଅଟକ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ପ୍ରତିନିଧିତ୍ଵ କରୁଥିବା ବେଳେ କେନ୍ଦ୍ରାପଡ଼ାକୁ ଅବହେଳା ସହ୍ୟ କରାଯିବ ନାହିଁ ବୋଲି କଂଗ୍ରେସ କହିଛି । ଏପଟେ ରେଳମନ୍ତ୍ରୀଙ୍କୁ ଭେଟିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ନମିଳିବାକୁ ‘ମେରି ରାୟ’ ଶାସନ ସହ ତୁଳନା କରିଛନ୍ତି ଗଣେଶ୍ବର ।

ତେବେ ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ରେଳ ବିଭାଗର ଜେନେରାଲ ମ୍ୟାନେଜରଙ୍କୁ ଭେଟି ହରିଦାସପୁର-ପାରାଦ୍ବୀପ ରେଳପଥର ଥିବା ସମସ୍ତ ୯ ଟି ଷ୍ଟେସନରେ କାମ ଶେଷ ହୋଇଥିବା ଓ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ଦୃଷ୍ଟିଗୋଚର କରିଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ ଦିଗରେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ବାଧ୍ୟହୋଇ କଂଗ୍ରେସ ମାଲବାହୀ ରେଳ ଅଟକ ରଖିଛି ଓ ଏହି ୬ ଘଣ୍ଟିଆ ରେଳ ବନ୍ଦ ସଫଳ ହୋଇଛି ବୋଲି କହିଛନ୍ତି ଗଣେଶ୍ବର ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.