ETV Bharat / state

ସଂରକ୍ଷଣ ତାଲିକା ଜାରି, ୧୮ ସୁଦ୍ଧା କରି ପାରିବେ ଅଭିଯୋଗ

author img

By

Published : Oct 8, 2021, 10:33 PM IST

କେନ୍ଦ୍ରାପଡା ଜିଲ୍ଲାର ମୋଟ ୨୪୯ ପଞ୍ଚାୟତ ଓ ୩୨ ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଜାରି କରାଯାଇଛି । ଅଧିକ ପଢନ୍ତୁ...
Panchayat reservation list decleared by kendrapada district administration
ଜିଲ୍ଲା ପ୍ରଶାସନ ଜାରୀ କଲା ସଂରକ୍ଷଣ ତାଲିକ, ୧୮ ସୁଦ୍ଧା କରି ପାରିବେ ଅଭିଯୋଗ

କେନ୍ଦ୍ରାପଡା : ଜିଲ୍ଲାରେ ପଞ୍ଚାୟତରାଜ ବ୍ୟବସ୍ଥାର ସଂରକ୍ଷଣ ତାଲିକା ଜାରି କରାଯାଇଛି । ଜିଲ୍ଲାର ମୋଟ ୨୪୯ ପଞ୍ଚାୟତ ଓ ୩୨ ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଜାରି କରାଯାଇଛି । କୌଣସି ଅଭିଯୋଗ ଥିଲେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରିପାରିବେ ଲୋକେ ।

କେନ୍ଦ୍ରାପଡ଼ା ଜିଲ୍ଲାର ୨୪୯ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଜିଲ୍ଲାର ୯ଟି ବ୍ଲକର ଅଧ୍ୟକ୍ଷ ଓ ୩୨ଟି ଜିଲ୍ଲା ପରିଷଦ ଜୋନର ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଘୋଷଣା ହୋଇଛି । ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକା ସମ୍ପର୍କିତ କୌଣସି ଆପତ୍ତି ଥିଲେ ଜିଲ୍ଲା ପରିଷଦ ଜୋନର ସାଧାରଣ ଜନତା ଆସନ୍ତା ୧୮ତାରିଖ ସୁଦ୍ଧା ଅଭିଯୋଗ କରି ପାରିବେ । ତେବେ ସରପଞ୍ଚ,ସମିତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପାଇଁ ୧୬ ତାରିଖ ସୁଦ୍ଧା ଅଭିଯୋଗ କରିବେ ବୋଲି ସୂଚନା ଦିଆଯାଇଛି।

ଜିଲ୍ଲାର ୨୪୯ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୩୧ଟି ଆସନ ସଂରକ୍ଷିତ ହୋଇ ରହିଥିବା ବେଳେ ୨୬ଟି ଆସନ ପୁରୁଷଙ୍କ ପାଇଁ ରହିଛି । ପଛୁଆବର୍ଗ ମହିଳା ମାନଙ୍କ ପାଇଁ ୩୦ଟି ଓ ପୁରୁଷ ମାନଙ୍କ ପାଇଁ ୨୮ଟି ଆସନ ସଂରକ୍ଷିତ ରହିଛି। ସାଧାରଣ ବର୍ଗ ମହିଳା ୬୫ଟି ଆସନ ଓ ପୁରୁଷ ୬୮ଟି ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲାର ମାତ୍ର ଗୋଟିଏ ଆସନ ମହାକଳାପଡା ବ୍ଲକ ପେଟଛେଲା ପଞ୍ଚାୟତରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ଆସନ ସଂରକ୍ଷିତ କରାଯାଇଛି। ସମିତିସଭ୍ୟ ଭାବେ ଅନୁସୂଚିତ ଜାତି ମହିଳା ୩୧ଟିରେ,୨୫ଟିରେ ପୁରୁଷ, ପଛୁଆବର୍ଗ ମହିଳା ୪୧,ପୁରୁଷ ୩୭,ଅନୁସୂଚିତ ଜନଜାତି ୦୯ଟି ଆସନରେ ଓ ସାଧାରଣ ବର୍ଗ ମହିଳା ୪୭ଟି ଓ ପୁରୁଷ ୫୯ଟି ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆସନ ସଂରକ୍ଷିତ ହୋଇଥିବା ସୂଚନା ରହିଛି।

ସେହିପରି ୩୨ଟି ଜିଲ୍ଲା ପରିଷଦ ଜୋନରେ ବିଭକ୍ତ ଜିଲ୍ଲାର ମହାକଳାପଡାର ଗୋଟିଏ ଜୋନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଡ୍ରାଫ୍ଟଲିଷ୍ଟ (ଚିଠା ତାଲିକା) ଜାରି କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.