ETV Bharat / state

ଶାନ୍ତି ଶୃଙ୍ଖଳାରେ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ

author img

By

Published : Jan 19, 2022, 7:55 PM IST

ଶାନ୍ତି ଶୃଙ୍ଖଳାରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ
ଶାନ୍ତି ଶୃଙ୍ଖଳାରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡାରେ ଚାଲିଛି ନାମାଙ୍କନ ପତ୍ର ଦାଖଲ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଚାଲିଛି ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀ ପତ୍ର ଦାଖଲର ଦ୍ବିତୀୟ ଦିନ ସୁଦ୍ଧା ଜିଲ୍ଲାରେ ବିଭିନ୍ନ ପଦ ପଦବୀ ପାଇଁ ୧୬୦୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖନ କରିଥିବା ଜଣାପଡିଛି ।

ସେଥିମଧ୍ୟରୁ ୱାର୍ଡମେମ୍ବର ପାଇଁ ୧୩୬୩ ଜଣ, ୧୬୦ ଜଣ ସରପଞ୍ଚ ପଦବୀ ପାଇଁ, ୭୪ ଜଣ ସମିତିସଭ୍ୟ ପାଇଁ ଏବଂ ୫ଜଣ ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡମେମ୍ବର, ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ୩୨ଟି ଜୋନର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ।

ଆଜି (ବୁଧବାର) ପୂର୍ବାହ୍ନ ୧୧ ରୁ ପ୍ରାର୍ଥୀମାନେ କମ ସଂଖ୍ୟକ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୁଇଦିନ ଅପେକ୍ଷା ଆଜି ଅଧିକ ସଂଖ୍ୟକ ପ୍ରାର୍ଥୀଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ତୃତୀୟ ଦିନରେ ୧୮ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୭ ତାରିଖରୁ ୨୧ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ ହେବ । ସକାଳ ୧୧ ଟାରୁ ଦିନ ୩ ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ । ନାମାଙ୍କନ ସମୟରେ କେବଳ ପ୍ରାର୍ଥୀ କିମ୍ବା ପ୍ରସ୍ତବକ ଜଣେ ଆସି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ୩୨ ଜିଲ୍ଲା ପରିଷଦ ସମେତ ୯ଟି ବ୍ଲକରେ ଥିବା ୨୪୯ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଏବଂ ୩୬୯୮ ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.