ETV Bharat / state

ଜମିବାଡ଼ି ବିବାଦରୁ ଚାଲିଗଲା ଜୀବନ, ପୋଲିସର ଦଦନ୍ତ ଜାରି

author img

By

Published : May 24, 2022, 4:40 PM IST

ଜମିବାଡ଼ି ବିବାଦରୁ ହତ୍ୟା ଅଭିଯୋଗ
ଜମିବାଡ଼ି ବିବାଦରୁ ହତ୍ୟା ଅଭିଯୋଗ

ଜମିଜମା ବିବାଦରୁ ଗଲା ଜୀବନ । ପୂର୍ବ ଶତ୍ରୁତା ତଥା ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗାଁର ରବୀନ୍ଦ୍ର ବେହେରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଜମିଜମା ବିବାଦରୁ ଗଲା ଜୀବନ ପୂର୍ବ ଶତ୍ରୁତା ତଥା ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗାଁର ରବୀନ୍ଦ୍ର ବେହେରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରବୀନ୍ଦ୍ରଙ୍କ ପୁଅ ଦେବପ୍ରସାଦ ବେହେରା ଏନେଇ ଅଭିଯୋଗ କରିଛନ୍ତି ।

ଜମିବାଡ଼ି ବିବାଦରୁ ହତ୍ୟା ଅଭିଯୋଗ

ପଡୋଶୀ ମିଳିତ ଭାବେ ଆକ୍ରମଣ କରି ତାଙ୍କ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଥିବା କହିଛନ୍ତି ରବୀନ୍ଦ୍ରଙ୍କ ପୁଅ । ଏକ ଜମିବିବାଦକୁ ନେଇ ରବୀନ୍ଦ୍ରଙ୍କର ତାଙ୍କ ପଡୋଶୀଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ତେବେ ଆଜି ସକାଳୁ ପଡୋଶୀଙ୍କ ସହ ରବୀନ୍ଦ୍ରଙ୍କର ବଚସା ହୋଇଥିଲା । ପଡୋଶୀ ରବୀନ୍ଦ୍ରଙ୍କୁ ମାଡ ମାରିଥିଲେ ଓ ଘଟଣାସ୍ଥଳରେ ରବୀନ୍ଦ୍ର ପଡି ଯାଇଥିଲେ ପରେ ମେଡ଼ିକାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ମୃତ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି । ପରିବାରର ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାରୁ ପରିବାର ଲୋକ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.