ETV Bharat / state

ବାଲିଆ ବାଣ ବିସ୍ପୋରଣ : ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରୀ ଦାବି

author img

By

Published : Nov 28, 2022, 8:38 PM IST

ବାଲିଆ ବାଣ ବିସ୍ପୋରଣ ଘଟଣା । ବାଣ ବିସ୍ଫୋରଣରେ ମୃତ ମଣ୍ଟୁଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା ସମେତ ସରକାରୀ ଚାକିରୀ ଦାବି । ଏନେଇ ମୃତଦେହକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ

ବାଲିଆ ବାଣ ବିସ୍ପୋରଣ : ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରୀ ଦାବି
ବାଲିଆ ବାଣ ବିସ୍ପୋରଣ : ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରୀ ଦାବି

କେନ୍ଦ୍ରାପଡା: ବାଲିଆ ବାଣ ବିସ୍ପୋରଣ ଘଟଣା । ଏନେଇ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଶାନ୍ତ ହୋଇପଡିଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବା ପାଇଁ ଦାବୀ କରିଛନ୍ତି ଜଇପୁରା ବାସିନ୍ଦା ।

ବାଲିଆ ବାଣ ବିସ୍ପୋରଣ : ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରୀ ଦାବି

ସୂଚନା ଅନୁଯାୟୀ, ଚିକିତ୍ସାଧୀନ ଅବସ୍ଥାରେ ବାଣ ବିସ୍ଫୋରଣରେ ଗୁରୁତର କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗାଁର ମଣ୍ଟୁ ଖାନ ଗତ ରାତିରେ ମୃତ୍ୟୁବରଣ କରିଥିଲେ । ଏନେଇ ଆଜି ସକାଳେ ମୃତଦେହ ବ୍ୟବଚ୍ଛେଦ ହୋଇ ଆସି କେନ୍ଦ୍ରାପଡାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ଓ ପିଡୀତଙ୍କ ପ୍ରତି ବୈମାତୃକ ମନୋଭାବକୁ ଦାୟୀ କରି ଶହ ଶହ ସଂଖ୍ୟାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ ।

ତେବେ ମୃତ ମଣ୍ଟୁ ଜଣେ ବୁଲା ବିକାଳୀ ହୋଇଥିବା ବେଳେ ବାଲିଆ ଭସାଣ ଶୋଭାଯାତ୍ରାରେ ଏକ ଖେଳଣା ଦୋକାନ କରିଥିଲେ । ମଣ୍ଟୁଙ୍କ ରୋଜଗାର ଉପରେ ସାତପ୍ରାଣୀ କୁଟୁମ୍ବ ଭରସା କରି ଚଳୁଥିବା ବେଳେ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପୁରା ପରିବାର ଓ ସ୍ତବ୍ଧ ହୋଇଯାଇଛି ଜଇପୁରା ଗାଁ । ଏହି ବାଣ ବିସ୍ଫୋରଣ ଘଟଣାରେ ମଣ୍ଟୁଙ୍କ ସମେତ ଅନ୍ୟ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସାମାନ୍ୟତମ ସମ୍ବେଦନ ବାର୍ତ୍ତା ଦେଇ ନଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବା ପାଇଁ ଅଡ଼ି ବସିଛନ୍ତି ଜଇପୁରା ବାସିନ୍ଦା । ଏନେଇ ଯେ ପର୍ଯ୍ୟନ୍ତ ଜିଲ୍ଲାପାଳ ବିକ୍ଷୋଭ ସ୍ଥଳରେ ନ ପହଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଏଠାରେ ମୃତଦେହକୁ ରଖାଯିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ଇଟିଭି ଭାରତ ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.