ETV Bharat / state

ବସ ଧକ୍କାରେ ଜଣେ ମୃତ, ଗାଁରେ ଚାପା ଉତ୍ତେଜନା

author img

By

Published : Aug 13, 2021, 9:55 PM IST

ବସ ଧକ୍କାରେ ଜଣେ ମୃତ, ଗାଁରେ ଚାପା ଉତ୍ତେଜନା
ବସ ଧକ୍କାରେ ଜଣେ ମୃତ, ଗାଁରେ ଚାପା ଉତ୍ତେଜନା

ଜିଲ୍ଲାର ରାଜନଗର ଅଞ୍ଚଳରେ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ରାଜନଗର ଥାନା ସାନ ନାଉକଣ ଗାଁର ମାଗୁଣି ପଢିହାରୀ ବୋଲି ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ...

କେନ୍ଦ୍ରାପଡ଼ା: ଜିଲ୍ଲାର ରାଜନଗର ଅଞ୍ଚଳରେ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ରାଜନଗର ଥାନା ସାନ ନାଉକଣ ଗାଁର ମାଗୁଣି ପଢିହାରୀ ବୋଲି ଜଣାପଡ଼ିଛି । ସେ କୌଣସି କାର୍ଯ୍ୟରେ ବାଇକ ଯୋଗେ ଯାଉଥିବା ବେଳେ ସାନବଡ଼ ଗୋପାଳପୁର ନିକଟରେ ରାଜନଗରରୁ ଭୁବନେଶ୍ୱର ଯାଉଥିବା ଚନ୍ଦନ ନାମକ ଘରୋଇ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା ।

ବସ ଧକ୍କାରେ ଜଣେ ମୃତ, ଗାଁରେ ଚାପା ଉତ୍ତେଜନା

ଗୁରୁତର ଅବସ୍ଥାରେ ମାଗୁଣି ପଢିହାରୀଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ଯାଉଥିବା ସମୟରେ ଗରାପୁର ନିକଟରେ ମାଗୁଣିଙ୍କ ମୃତ୍ୟୁ ହୋଇଥିଲା ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ମୃତକଙ୍କ ପରିବାର କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.