ETV Bharat / state

କୁଖ୍ୟାତ ଅପରାଧି ବିଭୁ ସାହୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Sep 13, 2023, 11:12 AM IST

କୁଖ୍ୟାତ ଅପରାଧୀ ବିଭୂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
କୁଖ୍ୟାତ ଅପରାଧୀ ବିଭୂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

କୁଖ୍ୟାତ ଅପରାଧୀ ବିଭୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଦ୍ୟାବଧି ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରପଡା ପୋଲିସ । ଅଧିକ ପଢନ୍ତୁ

କୁଖ୍ୟାତ ଅପରାଧୀ ବିଭୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା: କୁଖ୍ୟାତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଅପହରଣ ଓ ହତ୍ୟା ଘଟଣା । ଏହି ଘଟଣାରେ ପୋଲିସ ଆଜି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ କରିବା ସହ ମୋଟ ୧୪ ଜଣକୁ ଗିରଫ କରିଛି । ତେବେ ମେ ମାସ ୩୧ ତାରିଖରେ ଭଗବାନପୁର ଗାଁ ମୁଣ୍ଡ ପାଣି ଟାଙ୍କି ନିକଟରୁ ଅପହରଣ କରି ନେବା ଏକ ଇଟି ଭାଟିରେ ହତ୍ୟା କରାଯାଇଥିଲା । ହତ୍ୟା ପରେ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ପ୍ରମାଣ ନଷ୍ଟ ପାଇଁ ବିଭୁର ଶରୀରକୁ ପୋଡ଼ିଦେଇ ଥିଲେ ଅଭିଯୁକ୍ତ ।

କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ କହିଛନ୍ତି,‘‘ବିଭୂର ପତ୍ନୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ପୂର୍ବରୁ ଏହି ହତ୍ୟା ଘଟଣାରେ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେ ପୁଣି ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ୧୪ ଜଣ ଅଭିଯୁକ୍ତ ଗିରଫ ହେଲେଣି । ଗିରଫ ଅପରାଧୀମାନେ ହେଲେ ସାଜନ ବେହେରା ଓ ଚିତ୍ତରଞ୍ଜନ ଖୁଣ୍ଟିଆ । ସେମାନଙ୍କ ନିକଟରୁ ଗୋଟିଏ ବାଲେନୋ କାର ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅପରାଧୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା । ମୁଖ୍ୟ ଅଭିଯୁକ୍ତ ସାଜନ ବେହେରାର ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ଧନିଆପଡା ଓ ସେ ମଧ୍ୟ ଅନେକ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲା । ଗ୍ୟାଙ୍ଗୱାରକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଆପରେସନ ଜାରି ରହିଛି । ’’

ଏହା ମଧ୍ୟ ପଢନ୍ତୁ.. ଦୁର୍ଦ୍ଦାନ୍ତ ଅପରାଧିକୁ ଅପହରଣ

ଘଟଣା ଅନୁଯାୟୀ, ମେ' ୩୧ ତାରିଖ ସନ୍ଧ୍ୟାରେ ମାର୍ଶାଘାଇ ଥାନା ଅଧିନ ଭଗବାନପୁର ଗାଁ ନିକଟସ୍ଥ ପାଣି ଟାଙ୍କି ନିକଟରୁ ବିଭୂକୁ ଅପହରଣ କରାଯାଇଥିଲା । ଅପହରଣକାରୀମାନେ ସେହିଦିନ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମହାକାଳପଡ଼ା ମଙ୍ଗଳପୁର ଅଞ୍ଚଳର ଏକ ଇଟାଭାଟିରେ ବିଭୁକୁ ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଏକ ଚେଭରୋଲେଟ ଗାଡ଼ିରେ ନେଇ ଯାଜପୁର ଟମକା ଥାନା ଅଧିନ ରଥପଡା ଜଙ୍ଗଲରେ ପୋଡି ଦେଇଥିଲେ । ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ଟମକା ପୋଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମୃତଦେହ ବିଭୁର ବୋଲି ତାର ପତ୍ନୀ ସୌଦାମିନୀ ଓ ମାଆ ଚିହ୍ନଟ କରିଥିଲେ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.