ETV Bharat / state

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୧୨ ଯାଏଁ ଚାଲିବ

author img

By ETV Bharat Odisha Team

Published : Jan 10, 2024, 9:48 AM IST

Updated : Jan 10, 2024, 12:40 PM IST

crocodile census
ଭିତରକନିକାରେ କୁମ୍ଭୀର ଗଣନା

Crocodile census begins: ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ବଉଳା କୁମ୍ଭୀର ଗଣନା ଆରମ୍ଭ । ଆଜିଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଚାଲିବ । ଅଧିକ ପଢନ୍ତୁ

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେଲା କୁମ୍ଭୀର ଗଣନା । ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । ଆଜିଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଚାଲିବ । ଏହି ପରିପ୍ରେକ୍ଷୀରେ ଗତକାଲି (ମଙ୍ଗଳବାର) କନିକା ରେଞ୍ଜ କାର୍ଯ୍ୟାଳୟଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2024 ଅନୁଷ୍ଠିତ ହୋଇଯାଇଛି ।

କୁମ୍ଭୀର ଗଣନା ପାଇଁ ଗତ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରଖାଯାଇଛି । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ ବଉଳା କୁମ୍ଭୀର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଆଜିଠୁ କୁମ୍ଭୀର ଗଣନା କରିବେ ।

ଏହା ମଧ୍ୟ ପଢନ୍ତୁ: ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଗଣନା, ସାମିଲ ହେଲେ DFO

ସକାଳ ଏବଂ ସନ୍ଧ୍ୟାରେ ହୁଲି ଡଙ୍ଗା ସାହାଯ୍ୟରେ ଗଣନା କରାଯିବ । ଏଥିପାଇଁ ଗତକାଲି କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୁମ୍ଭୀରମାନଙ୍କର ମୁଖ୍ୟ ଗଣନାକାରୀ ଭାବେ ବୈଜ୍ଞାନିକ ସୁଧାକର କର ଯୋଗ ଦେଇ ବଉଳା କୁମ୍ଭୀର ଗଣନା ସମ୍ପର୍କିତ ବହୁ ଉପାୟ ତଥା କୁମ୍ଭୀରମାନଙ୍କର ପ୍ରଜନନ, ଅଣ୍ଡାଦାନ ଏବଂ ଛୁଆ ଜନ୍ମ ହେବାର ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା, 10ରୁ କୁମ୍ଭୀର ଗଣନା

ପ୍ରକାଶ ଥାଉକି, ଗତବର୍ଷ ଭିତରକନିକାରେ 1,793ଟି କୁମ୍ଭୀର ଥିବା ଗଣନା ପରେ ସ୍ପଷ୍ଟ ହୋଇଥିଲା । ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନ ବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । 2022 ତୁଳନାରେ 2023ରେ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଥିଲା । ୯ଟି କୁମ୍ଭୀର ବଢିଥିବା ନେଇ କୁମ୍ଭୀର ଗଣନା ରିପୋର୍ଟରୁ ଜଣା ପଡିଥିଲା । ଗତବର୍ଷ ଜାନୁଆରୀ 4 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀର ଗଣନା ହୋଇଥିଲା । ଜାତୀୟ ଉଦ୍ୟାନ ଓ ସନ୍ନିକଟ ନଦୀନାଳରେ ଗଣନା ପରେ ମୋଟ 1,793 କୁମ୍ଭୀର ଥିବା ଜଣାପଡିଥିଲା ।


ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 10, 2024, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.