ETV Bharat / state

ସ୍ୱାମୀର 2ୟ ବିବାହ ପ୍ରତିବାଦରେ ଶାଶୁଘର ସମ୍ମୁଖରେ ବୋହୂର ଧାରଣା

author img

By

Published : Jul 9, 2021, 11:19 AM IST

ସ୍ବାମୀର ଦ୍ବିତୀୟ ବିବାହ ଖବର ପାଇ ବାପଘରୁ ଶାଶୁଘରକୁ ଆସିଲା ବୋହୂ । ଘରେ ତାଲା ପକାଇ ଶାଶୁଘର ଲୋକେ ଫେରାର୍, ବୋହୂର ଧାରଣା । ଅଧିକ ପଢନ୍ତୁ...

ସ୍ୱାମୀର 2ୟ ବିବାହ ପ୍ରତିବାଦରେ ଶାଶୁଘର ସମ୍ମୁଖରେ ବୋହୂର ଧାରଣା
ସ୍ୱାମୀର 2ୟ ବିବାହ ପ୍ରତିବାଦରେ ଶାଶୁଘର ସମ୍ମୁଖରେ ବୋହୂର ଧାରଣା

କେନ୍ଦ୍ରାପଡ଼ା: ସ୍ବାମୀର ଦ୍ବିତୀୟ ବିବାହ ଖବର ପାଇ ବାପଘରୁ ଶାଶୁଘରକୁ ଧାଇଁ ଆସିଲା ସ୍ତ୍ରୀ । ଘରେ ତାଲା ପକାଇ ସ୍ବାମୀ, ଶାଶୁ ଶ୍ବଶୁର ଫେରାର୍ । କୋର୍ଟରେ ମାମଲା ବିଚାଧୀନ ଥିବାବେଳେ ସ୍ବାମୀ ଆଉ ଏକ ବିବାହ କରିଥିବା ଦେଖିବାକୁ ମିଳିଛି ।

ସ୍ୱାମୀର 2ୟ ବିବାହ ପ୍ରତିବାଦରେ ଶାଶୁଘର ସମ୍ମୁଖରେ ବୋହୂର ଧାରଣା

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପେଟଛେଲା ପଞ୍ଚାୟତ କୋଚିଳା ଗ୍ରାମର ପ୍ରହ୍ଲାଦ ସାହୁ ଗତ ୨୦୧୩ ମସିହାରେ ବରକନ୍ଧା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ରଶ୍ମିତା ନିଜ ବାପଘରେ ରହିଆସୁଥିଲେ । ଉଭୟଙ୍କ ମାମଲା ମଧ୍ୟ କୋର୍ଟରେ ବିଚରାଧୀନ ରହିଛି । ତେବେ ନିକଟରେ ପ୍ରହ୍ଲାଦ ଦ୍ଵିତୀୟ ବିବାହ କରିଥିବା ସମ୍ପର୍କରେ ଖବରପାଇ ଗତକାଲି(ଗୁରୁବାର) ସକାଳେ ରଶ୍ମିତା ଶାଶୁଘରକୁ ଫେରି ଆସିଥିଲେ ।

ମାତ୍ର ଶାଶୁଘର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ପଳାଇ ଯାଇଛନ୍ତି । ଫଳରେ ରଶ୍ମିତା ଶାଶୁଘର ସାମ୍ନାରେ ବସି ରହିଥିବା ଦେଖିବାକୁ ମିଳିଛି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.