ETV Bharat / state

ମମିତା ମର୍ଡର ମାମଲା, ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

author img

By

Published : Oct 30, 2021, 7:06 AM IST

Updated : Oct 30, 2021, 1:39 PM IST

ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ
ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା । ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ଜିଲ୍ଲାରେ ବନ୍ଦ ପାଳନକୁ ଜୋରଦାର କରିବ ବିଜେପି । ଏଥିସହ ଏହି ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ପାଇଁ ଦାବି କରିଛି ବିଜେପି ।

ତେବେ ଶୁକ୍ରବାର ସନ୍ଧ୍ୟାରେ ଏନେଇ ନଗର ବିଜେପି ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ବନ୍ଦକୁ ସଫଳ କରିବା ପାଇଁ ସହରର ବ୍ୟବସାୟୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ସହରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବନ୍ଦ କାର୍ଯ୍ୟକ୍ରମ ପ୍ରଚାର ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ନଦେବାରୁ ବିଜେପି କର୍ମୀମାନେ ଏଭଳି ବାଇକ ଶୋଭାଯାତ୍ରା କରିଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated :Oct 30, 2021, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.