ETV Bharat / state

ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ, ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକେ

author img

By

Published : Sep 2, 2020, 10:13 AM IST

Updated : Sep 2, 2020, 10:30 AM IST

ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ, ବସ୍ ଜାଳି ଦେଲେ ଲୋକେ
ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ, ବସ୍ ଜାଳି ଦେଲେ ଲୋକେ

କେନ୍ଦ୍ରାପଡ଼ା ୫ନଂ(କ)ଜାତୀୟ ରାଜପଥ ବଡ଼ପାଳ-ହଳଦିଆଗଡା ରାସ୍ତା ମଝିରେ କୋଲକାତା ଫେରନ୍ତା ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ଉତ୍ୟକ୍ତ ଲୋକେ ଘରୋଇ ବସକୁ ଜାଳି ଦେଇଥିବା ସୂଚନା।

କେନ୍ଦ୍ରାପଡା: ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ । ବସ୍‌ ଜାଳିଦେଲେ ଉତ୍ୟକ୍ତ ଲୋକେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ୫ନଂ(କ)ଜାତୀୟ ରାଜପଥ ବଡ଼ପାଳ-ହଳଦିଆଗଡା ରାସ୍ତାରେ । ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିବା ପରେ ଘଟିଛି ଏଭଳି ଘଟଣା ।

ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ, ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକେ

ସୂଚନା ଅନୁଯାୟୀ, ବୁଧବାର ସକାଳେ କୋଲକାତାରୁ ପାରାଦ୍ବୀପ ଯାଉଥିବା ଲୋକନାଥ ନାମକ ଏକ ଘରୋଇ ବସ ସାମ୍ନାପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ୟକ୍ତ ଲୋକେ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ତେବେ ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟକ ଟ୍ରକ ରହୁଥିବାରୁ ଡ୍ରାଇଭର ଜଣକ ବସ୍‌କୁ ରାସ୍ତାର ଡାହାଣ ପାର୍ଶ୍ଵରେ ନେଉଥିବାରୁ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Sep 2, 2020, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.