ETV Bharat / state

ଆସିପାରିଲାନି ଆମ୍ବୁଲାନ୍ସ, ବାରହା ଆକ୍ରମଣରେ ଆଖି ବୁଝିଲେ ବୃଦ୍ଧ

author img

By

Published : Jul 23, 2022, 9:59 PM IST

ଆସିପାରିଲାନି ଆମ୍ବୁଲାନସ, ଆଖି ବୁଝିଲେ ବାରହା ଆକ୍ରମଣରେ ଆହତ ବୃଦ୍ଧ
ଆସିପାରିଲାନି ଆମ୍ବୁଲାନସ, ଆଖି ବୁଝିଲେ ବାରହା ଆକ୍ରମଣରେ ଆହତ ବୃଦ୍ଧ

ଫୋନ କଲ ପାଇ ସୁଦ୍ଧା ସମୟ ମଧ୍ୟରେ ଆସିପାରିଲାନି ଆମ୍ବୁଲାନସ । ଶେଷରେ ଗାଡ଼ି ଭଡ଼ା କରି ବାରହା ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିଆଯାଇଥିଲା ଡାକ୍ତରଖାନା । ତଥାପି ବଞ୍ଚାଇ ହେଲାନି ବୃଦ୍ଧଙ୍କୁ । ଅଧିକ ପଢ଼ନ୍ତୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ଜିରିଙ୍ଗପଡ଼ା ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ଆମ୍ବୁଲାନ୍ସ ଆସି ନପାରିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ । ସୂଚନାନୁସାରେ ଶୁକ୍ରବାର ବିଲକୁ ହଳ କରିବାପାଇଁ ଯାଇଥିବା ମନ କହଁରଙ୍କୁ ଏକ ଜଙ୍ଗଲୀ ବାରହା ହଠାତ୍ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହାଦେଖି ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନସକୁ ଫାେନ କରିଥିଲେ । ହେଲେ ପାଖରେ ଆମ୍ବୁଲାନସର କୌଣସି ସୁବିଧା ନଥିବାରୁ ତାଙ୍କୁ ଏକ ଗାଡି ଭଡ଼ା କରି ଚିକତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ଆଜି ଅପରାହ୍ନ ୪ଟାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଫିରିଙ୍ଗିଆ ରେଞ୍ଜର ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣା ସଂକ୍ରାନ୍ତରେ ଗୋଛାପଡ଼ା ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇ ହୋଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କଲେ ମୃତକଙ୍କୁ ସରକାରୀ ସାହାଯ୍ୟ ଯାହା କିଛି ଯୋଗାଇ ଦିଆଯାଏ ସେସବୁ ମୃତକଙ୍କ ପରିବାରଙ୍କୁ କିଭଳି ମିଳିବ ସେନେଇ ଚେଷ୍ଟା କରାଯିବ ବୋଲି ରେଞ୍ଜର ବିଜୟ କୁମାର ମଲ୍ଲିକ କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.