ETV Bharat / state

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ, କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Aug 19, 2022, 1:40 PM IST

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ । କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜଲେଶପଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ 14 ତମ ଶ୍ରାଦ୍ଧ ଦିବସ ଓ ଜନ୍ମାଷ୍ଟମୀ ଉତ୍ସବକୁ ପାଳନ କରାଯାଇଛି । ଅଧିକ ପଢନ୍ତୁୁ

କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ,ସୁରକ୍ଷା ବ୍ୟବସ୍ଥା କଡାକଡି
କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ,ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜଲେଶପଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ 14 ତମ ଶ୍ରାଦ୍ଧ ଦିବସ ଓ ଜନ୍ମାଷ୍ଟମୀ ଉତ୍ସବକୁ ପାଳନ କରାଯାଇଛି । କିଛି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସକାଳୁ ଆଶ୍ରମ ଅନ୍ତେବାସୀଙ୍କ ଦ୍ଵାରା କଳସ ଯାତ୍ରା, ଗୋପୂଜନ, ସ୍ମୁତି ଚାରଣ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଛି । ଜନ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଛି । ଜିଲ୍ଲାରେ ଥିବା ଫୋର୍ସ ସହ ଅଧିକ 12 ପ୍ଲାଟୁନ ଫୋର୍ସ ରାଜ୍ୟରୁ ଅଣାଯାଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ସେହିପରି ୧୪ ଜଣ ଇନ୍ସପେକ୍ଟର, ୮ଜଣ ଡ଼ିଏସପି ଓ ଜଣେ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି ।

କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ,ସୁରକ୍ଷା ବ୍ୟବସ୍ଥା କଡାକଡି

ରାତ୍ରିକାଳୀନ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ କଡାକଡି ଗାଡି ଯାଞ୍ଚ ମଧ୍ୟ କରାଯାଉଛି । ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ସ୍ବତନ୍ତ୍ର ଫୋର୍ସ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରିତିକର ପରିସ୍ଥିତି ଉପୁଜି ନଥିବା କହିଛନ୍ତି ଏସ୍‌ପି ଭିନିତ ଅଗ୍ରୱାଲ । ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଅନ୍ତେବାସୀଙ୍କ ସହ ଜନ୍ମାଷ୍ଟମୀ ପାଳନ କରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସହ ଅନ୍ୟ ସହଯୋଗୀଙ୍କୁ ଜଲେସ୍‌ପଟ୍ଟା ଆଶ୍ରମରେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.